ପାରାଦୀପରୁ ବାଇକ୍‍ ରେ ଭୁବନେଶ୍ୱର ଆସି ବୃଦ୍ଧଙ୍କ ରକ୍ଷାକର୍ତ୍ତା ସାଜିଲେ

ଭୁବନେଶ୍ୱର : ଜଟିଳ ରୋଗରେ ପୀଡ଼ିତ ଥାଇ ଜୀବନମରଣ ସମସ୍ୟା ଭିତରେ ଡାକ୍ତରଖାନାରେ ଥିବା ଜଣେ ବୃଦ୍ଧଙ୍କୁ ବିରଳ ବର୍ଗର ରକ୍ତଦାନ କରି ତ୍ରାଣକର୍ତ୍ତା ସାଜିଛନ୍ତି ଯୁବକ। କେବଳ ସେତିକି ନୁହେଁ; ତାଙ୍କ ଶରୀରରେ ଥିବା ‘ଏବି-ନେଗେଟିଭ୍‍’ ଭଳି ଏହି ବିରଳ ବର୍ଗର ରକ୍ତକୁ ଭଗବାନଙ୍କର ଆଶୀର୍ବାଦ ମନେକରି ଯୁବକଜଣକ ଖବର ପାଇବା କ୍ଷଣି ଏହି ବୃଦ୍ଧରୋଗୀଙ୍କୁ ବଞ୍ଚାଇବା ପାଇଁ ସୁଦୂର ପାରାଦ୍ୱୀପରୁ ବାଇକ୍‍ ଯୋଗେ ଭୁବନେଶ୍ୱର ଛୁଟିଆସିଛନ୍ତି। କରୋନା ସମୟରେ ରକ୍ତାଭାବ ସମସ୍ୟା ଦେଖାଦେଇଥିବା ବେଳେ […]

ଭୁବନେଶ୍ୱର : ଜଟିଳ ରୋଗରେ ପୀଡ଼ିତ ଥାଇ ଜୀବନମରଣ ସମସ୍ୟା ଭିତରେ ଡାକ୍ତରଖାନାରେ ଥିବା ଜଣେ ବୃଦ୍ଧଙ୍କୁ ବିରଳ ବର୍ଗର ରକ୍ତଦାନ କରି ତ୍ରାଣକର୍ତ୍ତା ସାଜିଛନ୍ତି ଯୁବକ। କେବଳ ସେତିକି ନୁହେଁ; ତାଙ୍କ ଶରୀରରେ ଥିବା ‘ଏବି-ନେଗେଟିଭ୍‍’ ଭଳି ଏହି ବିରଳ ବର୍ଗର ରକ୍ତକୁ ଭଗବାନଙ୍କର ଆଶୀର୍ବାଦ ମନେକରି ଯୁବକଜଣକ ଖବର ପାଇବା କ୍ଷଣି ଏହି ବୃଦ୍ଧରୋଗୀଙ୍କୁ ବଞ୍ଚାଇବା ପାଇଁ ସୁଦୂର ପାରାଦ୍ୱୀପରୁ ବାଇକ୍‍ ଯୋଗେ ଭୁବନେଶ୍ୱର ଛୁଟିଆସିଛନ୍ତି। କରୋନା ସମୟରେ ରକ୍ତାଭାବ ସମସ୍ୟା ଦେଖାଦେଇଥିବା ବେଳେ ରକ୍ତଦାନ କରିବାକୁ ୧୪୦ କିଲୋମିଟର ଦୂରରୁ ଭୁବନେଶ୍ୱରକୁ ଧାଇଁ ଆସିଥିଲେ ପାରାଦ୍ୱୀପର ୨୭ ବର୍ଷୀୟ ଯୁବକ ସଞ୍ଜୟ ମହାପାତ୍ର। ଭୁବନେଶ୍ୱରର ୬୮ବର୍ଷୀୟ ପ୍ରଦୀପ୍ତ ରଞ୍ଜନ ମହାନ୍ତି ପାକସ୍ଥଳୀ କର୍କଟ(ଷ୍ଟୋମାକ୍‍ କ୍ୟାନ୍‍ସର)ଭଳି ଜଟିଳ ରୋଗରେ ପୀଡ଼ିତ ହୋଇ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ଜୀବନ ସହ ସଂଗ୍ରାମ କରୁଥିଲେ।

ତାଙ୍କ ବ୍ଲଡ ଗ୍ରୁପ୍‍ ଏବି ନେଗେଟିଭ୍‍ ହୋଇଥିବାରୁ ପରିବାର ଲୋକଙ୍କ ବହୁ ଚେଷ୍ଟା ପରେ ମଧ୍ୟ ରକ୍ତ ନ ମିଳିବାରୁ ପ୍ରଦୀପ୍ତଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଭୁବନେଶ୍ୱରର ‘କଥା ଦେଉଛି ମୁଁ, ପହଞ୍ଚିବି ଜଣେ ରକ୍ତଦାତା ହୋଇ’ ଗ୍ରୁପ୍‍ ସାହାଯ୍ୟରେ ସଞ୍ଜୟଙ୍କ ସହ ଯୋଗାଯୋଗ ହୋଇଥିଲା। ସଞ୍ଜୟ ରକ୍ତଦାନ କରିବା ପରେ ପ୍ରଦୀପ୍ତ ରଞ୍ଜନଙ୍କ ଅବସ୍ଥା ଠିକ୍‍ ଥିବା ପରିବାର ପକ୍ଷରୁ କୁହାଯିବା ସହ ସଞ୍ଜୟଙ୍କ ଏହି ମହାନ କାର୍ଯ୍ୟ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। କୋଭିଡ୍‍ ସମୟ ମଧ୍ୟରେ ସଞ୍ଜୟ ୫ଥର ରକ୍ତଦାନ କରିବା ସହ କଟକ ଓ ଭୁବନେଶ୍ୱରର ବିଭିନ୍ନ କ୍ତରଖାନାରେ ଦୁର୍ଘଟଣାଜନିତ ଗୁରୁତର ରୋଗୀଙ୍କୁ ରକ୍ତଦାନ କରି ଜୀବନ ବଞ୍ଚାଇଛନ୍ତି। ସବୁଠୁ ବଡ଼ କଥା ହେଉଛି, ରକ୍ତଦାନ କରିବାର ବ୍ୟବଧାନ ୩ ମାସ ରହିଥିଲେ ବି ଜରୁରୀ ପରିସ୍ଥିତିରେ ସେ ଅବଧିକୁ ଖାତିର ନ କରି ଦେଢ଼ରୁ ୨ମାସ ମଧ୍ୟରେ ରକ୍ତଦାନ କରିଛନ୍ତି।

About The Author: The Sakala