ବାଲେଶ୍ୱର : ଗାଡି ପାର୍କିଂକୁ ନେଇ ଫୁଟିଲା ଗୁଳି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ସହରରେ । ବାଲେଶ୍ବର ଫକୀର ମୋହନ କଲେଜ ନିକଟରେ ଥିବା ଏକ ଆପାର୍ଟମେଣ୍ଟରେ ଗାଡି ପାର୍କିଂକୁ ନେଇ ଉଭୟ ପଡୋଶୀଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା ଉଗ୍ରରୁପ ଧାରଣ କରିବା ସହ ଗୁଳିମାଡ ମଧ୍ୟ ହୋଇଛି। ଯେଉଁଥିରେ ଜଣେ ଗୁରୁତର ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ବାଲେଶ୍ବର ଫକୀର ମୋହନ କଲେଜ ନିକଟରେ ଥିବା ଏକ ଆପାର୍ଟମେଣ୍ଟରେ ଗାଡି ପାର୍କିଂକୁ ନେଇ ଫକୀର ମୋହନ କଲେଜର ଅବସରପ୍ରାପ୍ତ ପ୍ରଫେସର ଲକ୍ଷ୍ମଣ ବେହେରା ଏବଂ ବ୍ୟବସାୟୀ ଆନନ୍ଦ ସିଂଙ୍କ ମଧ୍ୟରେ ବଚସା ହୋଇଥିଲା। ଧିରେ ଧିରେ ପାଟିତୁଣ୍ଡ ବଢିବାରୁ ଗୁଳିକାଣ୍ଡ ଘଟିଥିଲା । ଗୁଳିକାଣ୍ଡରେ ଆନନ୍ଦ ସିଂ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ପରେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଗୁଳିମାଡ କରିଥିବା ପ୍ରଫେସର ଲକ୍ଷ୍ମଣ ବେହେରାଙ୍କୁ ଅଟକ ରଖିଛି ବାଲେଶ୍ୱର ପୁଲିସ ।