ଫେବୃଆରୀ ମାସ ଲାଗି ଆସିଲା ଗାଇଡଲାଇନ୍, କୋହଳ ହେଲା ନାଇଟ କର୍ଫ୍ୟୁ

ଭୁବନେଶ୍ବର :  ଫେବୃଆରୀ ମାସ ପାଇଁ ରାଜ୍ୟ ସରକାରଙ୍କ କୋଭିଡ ଗାଇଡଲାଇନ ଜାରି କରିଛନ୍ତି । ସହରାଂଚଳରେ ରାତ୍ରିକାଳୀନ କର୍ଫ୍ୟୁ କୋହଳ କରାଯାଇଛି । ଏଣିକି ରାତି ୯ ପରିବର୍ତ୍ତେ ୧୦ଟାରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବ ଯାହା କି ସକାଳ ୫ଟା ଯାଏଁ ବଳବତ୍ତର ରହିବ । ରାତି ୧୦ଟା ଯାଏଁ ମଲ୍‌, ଦୋକାନ ବଜାର ଖୋଲା ରହିବ । ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ ପକ୍ଷରୁ ଜାରି ହୋଇଛି ଫେବୃଆରୀ ମାସର ଗାଇଡ୍ ଲାଇନ୍। […]

ଭୁବନେଶ୍ବର :  ଫେବୃଆରୀ ମାସ ପାଇଁ ରାଜ୍ୟ ସରକାରଙ୍କ କୋଭିଡ ଗାଇଡଲାଇନ ଜାରି କରିଛନ୍ତି । ସହରାଂଚଳରେ ରାତ୍ରିକାଳୀନ କର୍ଫ୍ୟୁ କୋହଳ କରାଯାଇଛି । ଏଣିକି ରାତି ୯ ପରିବର୍ତ୍ତେ ୧୦ଟାରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବ ଯାହା କି ସକାଳ ୫ଟା ଯାଏଁ ବଳବତ୍ତର ରହିବ । ରାତି ୧୦ଟା ଯାଏଁ ମଲ୍‌, ଦୋକାନ ବଜାର ଖୋଲା ରହିବ । ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ ପକ୍ଷରୁ ଜାରି ହୋଇଛି ଫେବୃଆରୀ ମାସର ଗାଇଡ୍ ଲାଇନ୍।

ନୂଆ ଗାଇଡଲାଇନ୍ ଅନୁଯାୟୀ, ଫେବ୍ରୁଆରୀ ମାସରେ ରାତି ୧୦ଟା ଯାଏ ଦୋକାନ, ବଜାର ଖୋଲା ରହିବ। ସକାଳ ୫ଟାରୁ ରାତି ୧୦ ଟାଏ ସମସ୍ତ ପ୍ରକାର ଦୋକାନ, ମଲ୍, ଶପିଂ କମ୍ପ୍ଲେକ୍ସ, ମାର୍କେଟ/ହାଟ, ସିନେମା ହଲ୍, ସୁଇମିଂ ପୁଲ୍, ମନୋରଞ୍ଜନ କମ୍ପ୍ଲେକ୍ସ, ଥିଏଟର୍, ଆସେମ୍ବଲୀ ହଲ୍ ଖୋଲା ରହିବ। ଏଥି ସହିତ ନୂଆ ଗାଇଡଲାଇନ୍ ଅନୁଯାୟୀ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ୍ ଚାଲିପାରିବ। ସମସ୍ତ ସରକାରୀ କାର୍ଯ୍ୟାଳୟ, ସରକାରୀ ଉଦ୍ୟୋଗ, ସ୍ବୟଂଶାସିତ ଅନୁଷ୍ଠାନ କୋଭିଡ୍ କଟକଣା ମଧ୍ୟରେ ୧୦୦ ପ୍ରତିଶତ କର୍ମଚାରୀଙ୍କ ଉପସ୍ଥାନରେ ଚାଲିବ।

ଅନ୍ୟପଟେ ମାଘ ସପ୍ତମୀରେ ଜଳାଶୟରେ ଭିଡ ଉପରେ କଟକଣା ଜାରି କରାଯାଇଛି । ମନ୍ଦିର ଭିତରେ ରୀତିନୀତି ଅନୁଯାୟୀ ପୂଜା ହୋଇପାରିବ । ଫିଲ୍ମ ହଲ୍‌, ସୁଇମିଂ ପୁଲ, ସପିଂ ମଲରେ ଥିବା କଟକଣା ହଟିଛି । ଶିକ୍ଷାନୁଷ୍ଠାନରେ ସରସ୍ୱତୀ ପୂଜା କରିବା ପାଇଁ ଅନୁମତି ଦିଆଯାଇଛି । ସୀମିତ ଛାତ୍ରଛାତ୍ରୀଙ୍କୁ ନେଇ ପୂଜା ହୋଇପାରିବ । କିନ୍ତୁ କୋଭିଡ ନିୟମ କଡାକଡି ଭାବେ ପାଳନ କରିବାକୁ ହେବ ।ଏହା ସହିତ ରାଜ୍ୟରେ ଦୋକାନ ବଜାର, ମଲ୍‌, ଶପିଂ କମ୍ପେକ୍ସ, ହାଟ, ସିନେମା ହଲ୍‌, ସ୍ବିମିଂ ପୁଲ୍‌, ଏଣ୍ଟରଟେନ୍‌ମେଣ୍ଟ କମ୍ପଲେକ୍ସ, ଥିଏଟର୍‌, ଅଡିଟୋରିୟମ ଭୋର ୫ଟାରୁ ରାତି ୧୦ଟା ଯାଏଁ ଖୋଲା ରହିବ । ରାତ୍ରୀ କାଳୀନ କର୍ଫ୍ୟୁ ବେଳେ ଜାନୁଆରୀ ମାସରେ ଜାରି କରାଯାଇଥିବା ନିୟମାବଳୀ ଫେବୃଆରୀ ମାସରେ ମଧ୍ୟ ଲାଗୁହେବ । ଖାଦ୍ୟ ହୋମ୍‌ ଡେଲିଭରୀ, ଗ୍ରୋସରୀ, ପନିପରିବା, ମାଛ, ମାଂସ, ଅଣ୍ଡା କ୍ଷୀର ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସେବା ଜାରି ରହିବ । ସ୍ବିଗି, ଜୋମାଟୋ, ଓମ୍‌ଫେଡ୍‌, ଚିଲିକା ଫ୍ରେସ୍‌ ଖୋଲା ରହିବ ।

About The Author: The Sakala