ଯୁକ୍ତ ଦୁଇ କଲେଜରେ ନିଯୁକ୍ତ ହେବେ ଅତିଥି ଅଧ୍ୟାପକ, ଅବସରପ୍ରାପ୍ତ ଅଣଶିକ୍ଷକ କର୍ମଚାରୀଙ୍କୁ ମଧ୍ୟ ମିଳିବ ନିଯୁକ୍ତି

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖାଲି ଥିବା ଅଣଶିକ୍ଷକ କର୍ମଚାରୀ ପଦରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ଚଳିତ ଶିକ୍ଷା ବର୍ଷରେ କର୍ମଚାରୀ ଅଭାବ ସମସ୍ୟାକୁ ଦୂର ପାଇଁ ବିଭିଗ ଏହି ପଦକ୍ଷେପ ନେଇଛି। ତେବେ ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ କର୍ମଚାରୀ ନିୟମର ପ୍ରାବଧାନ ଅନୁଯାୟୀ ସେମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ମାଧ୍ୟମିକ ଶୀକ୍ଷା ନିର୍ଦ୍ଦେଶାଳୟ କହିଛି। କେଉଁ କଲେଜରେ କେତେ ସଂଖ୍ୟକ କର୍ମଚାରୀ ପଦ ଖାଲି ରହିଛି ଏନେଇ ତଥ୍ୟ ଦେବାକୁ […]

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖାଲି ଥିବା ଅଣଶିକ୍ଷକ କର୍ମଚାରୀ ପଦରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ଚଳିତ ଶିକ୍ଷା ବର୍ଷରେ କର୍ମଚାରୀ ଅଭାବ ସମସ୍ୟାକୁ ଦୂର ପାଇଁ ବିଭିଗ ଏହି ପଦକ୍ଷେପ ନେଇଛି। ତେବେ ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ କର୍ମଚାରୀ ନିୟମର ପ୍ରାବଧାନ ଅନୁଯାୟୀ ସେମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ମାଧ୍ୟମିକ ଶୀକ୍ଷା ନିର୍ଦ୍ଦେଶାଳୟ କହିଛି। କେଉଁ କଲେଜରେ କେତେ ସଂଖ୍ୟକ କର୍ମଚାରୀ ପଦ ଖାଲି ରହିଛି ଏନେଇ ତଥ୍ୟ ଦେବାକୁ କଲେଜଗୁଡ଼ିକୁ ନିର୍ଦ୍ଦେଶାଳୟ କହିଛି।

ସେହିପରି ଅଧ୍ୟାପକ ପଦରେ ମଧ୍ୟ ଅତିଥି ଅଧ୍ୟାପକ ନିଯୁକ୍ତି ପାଇବେ। ଏନେଇ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟର ବିଭିନ୍ନ କଲେଜ ଅଧ୍ୟଙ୍କୁ ଅବଗତ କରାଯାଇଛି। ଅବସରପ୍ରାପ୍ତ ଅଧ୍ୟାପକ କିମ୍ବା ଉପଯୁକ୍ତ ଦକ୍ଷତା ସମ୍ପନ୍ନ ଶିକ୍ଷକଙ୍କୁ ଚୟନ କରି ନିଯୁକ୍ତି ଦେବା ପାଇଁ ନିର୍ଦ୍ଦେଶାଳୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ୨୦୨୨-୨୩ ଶିକ୍ଷାବର୍ଷରେ ଅତିଥି ଅଧ୍ୟାପକ ମାସକରେ ୪୦ଟି କ୍ଲାସ ନେବେ। ପ୍ରତ୍ୟେକ କ୍ଲାସ ପିଛା ସେମାନଙ୍କୁ ୪ଶହ ଲେଖାଏଁ ପାରିଶ୍ରମିକ ପ୍ରାଦନ କରାଯିବ। ତେବେ କେଉଁ ଶିକ୍ଷାନୁଷ୍ଠାନରେ କେତେ ସଂଖ୍ୟକ ଅତିଥି ଅଧ୍ୟାପକ ଆବଶ୍ୟକ ରହିଛି ସେନେଇ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶକ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

About The Author: The Sakala