ଘଣ୍ଟାଏରେ ସର୍ବାଧିକ ହାତଲେଖା ଚିଠା ଫେସବୁକ୍‌‌ରେ ଅପ୍‌ଲୋଡ୍‌‌ କରି ଗିନିଜ୍‌‌ ବୁକ୍‌‌ ଅଫ୍‌‌ ୱାଲ୍ଡ ରେକର୍ଡ ସୃଷ୍ଟିକଲେ ଓଡିଶାର ଛାତ୍ରଛାତ୍ରୀ

ଭୁବନେଶ୍ୱର: ଘଣ୍ଟାକ ମଧ୍ୟରେ ଫେସବୁକ୍‌ରେ ସର୍ବାଧିକ ହାତଲେଖା ଚିଠା ଅପଲୋଡ୍‌ କରି ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ଗିନିଜ୍‌‌ ବୁକ୍‌‌ ଅଫ୍‌‌ ୱାର୍ଲଡ୍‌ ରେକର୍ଡ ସୃଷ୍ଟି କରିଛନ୍ତି। ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀ ସାହିତ୍ୟ ସୃଜନୀ କ୍ଲବ୍‌‌ରେ ରଚନା କରିଥିବା ‘ମୋ କଥା ମୋ କାହାଣୀ’ ପୁସ୍ତକର ତଥ୍ୟକୁ ଅପଲୋଡ୍‌ କରିଛନ୍ତି। ଶୁକ୍ରବାର ଦିନ ୧୨ଟାରୁ ୧ଟା ମଧ୍ୟରେ ଫେସ୍‌‌ବୁକ୍‌‌ରେ ଅପଲୋଡ୍‌‌ କରି ସର୍ବକାଳୀନ ରେକର୍ଡ ଭାଙ୍ଗିଛନ୍ତି। ପୂର୍ବରୁ […]

ଭୁବନେଶ୍ୱର: ଘଣ୍ଟାକ ମଧ୍ୟରେ ଫେସବୁକ୍‌ରେ ସର୍ବାଧିକ ହାତଲେଖା ଚିଠା ଅପଲୋଡ୍‌ କରି ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ଗିନିଜ୍‌‌ ବୁକ୍‌‌ ଅଫ୍‌‌ ୱାର୍ଲଡ୍‌ ରେକର୍ଡ ସୃଷ୍ଟି କରିଛନ୍ତି। ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀ ସାହିତ୍ୟ ସୃଜନୀ କ୍ଲବ୍‌‌ରେ ରଚନା କରିଥିବା ‘ମୋ କଥା ମୋ କାହାଣୀ’ ପୁସ୍ତକର ତଥ୍ୟକୁ ଅପଲୋଡ୍‌ କରିଛନ୍ତି। ଶୁକ୍ରବାର ଦିନ ୧୨ଟାରୁ ୧ଟା ମଧ୍ୟରେ ଫେସ୍‌‌ବୁକ୍‌‌ରେ ଅପଲୋଡ୍‌‌ କରି ସର୍ବକାଳୀନ ରେକର୍ଡ ଭାଙ୍ଗିଛନ୍ତି। ପୂର୍ବରୁ ୫୪୦୮ଟି ପୁସ୍ତକର ହସ୍ତଲିଖିତ ତଥ୍ୟ ୨୦୨୧ ମସିହା ନଭେମ୍ୱର ୧ ତାରିଖରେ ଅନଲାଇନରେ ଅପଲୋଡ କରି ନମାମୀ ଗଙ୍ଗେ ଏହି ରେକର୍ଡର ଅଧିକାରୀ ହୋଇଥିଲା। ଶୁକ୍ରବାର ଏହାର ପ୍ରାୟ ୪ ଗୁଣାରୁ ଅଧିକ ହାତଲେଖା ଅପଲୋଡ୍‌‌ ହୋଇଛି।

ଛାତ୍ରଛାତ୍ରୀଙ୍କ ଭାଷା ସାହିତ୍ୟ ଓ ସୃଜନଶୀଳତାର ବିକାଶ ପାଇଁ ସାହିତ୍ୟ ସୃଜନୀ ଶିକ୍ଷାର୍ଥୀ କ୍ଲବ୍‌‌ ମାଧ୍ୟମରେ ବିଦ୍ୟାଳୟସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସୃଜନାତ୍ମକ ଗଳ୍ପ ଏବଂ କବିତା ଆଦି ରଚନା କରିଛନ୍ତି। ମାତ୍ର ଏକ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଜି ସର୍ବାଧିକ ପୁସ୍ତକର ତଥ୍ୟକୁ ହାତରେ ଲେଖି ଫେସ୍‌‌ବୁକ୍‌‌ରେ ଅପଲୋଡ୍‌‌ କରିଛନ୍ତି। ପୂର୍ବ ରେକର୍ଡର ୪ଗୁଣା ଅଧିକ ହାତଲେଖା ଅପଲୋଡ୍‌‌ କରିଛନ୍ତି। ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏକ ସମୟରେ ଅପଲୋଡ୍‌ କରୁଥିବାରୁ କିଛି ସମୟ ପାଇଁ ଫେସବୁକ୍‌ରେ ବୈଷୟିକ ତ୍ରୁଟି ଦେଖାଦେଇଥିଲା। ଏଥିଯୋଗୁଁ ଅପଲୋଡ୍‌‌ ହୋଇଥିବା ସମୁଦାୟ ହାତଲେଖା ଚିଠା ସଂଖ୍ୟା ଜଣାପଡ଼ିନାହିଁ। ମାତ୍ର ସର୍ବନିମ୍ନ ସଂଖ୍ୟାକୁ ବିବେଚନା କରି ଗିନିଜ ବୁକ୍‌ ଅଫ୍‌‌ ୱାର୍ଲଡ୍‌ ରେକର୍ଡର ଅଧିକାରୀ ଏହି ରେକର୍ଡ ଘୋଷଣା କରିଛନ୍ତି। ମୋ ସ୍କୁଲ ଉଦ୍ୟମରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହି ରେକର୍ଡ ସୃଷ୍ଟି କରାଯାଇଥିବା ଜଣାଯାଇଛି।

About The Author: The Sakala