ଘୁମୁସର ଜିଲ୍ଲା ଗଠନ ପାଇଁ ରାଜଧାନୀରେ ଘୁମୁସରିଅଙ୍କ ରୁଣହଙ୍କIର

ଭୁବନେଶ୍ଵର : ରାଜନୈତିକ ଇଚ୍ଛାଶକ୍ତିର ଅଭାବରେ ଶାସ୍ତ୍ର ଓ ଶସ୍ତ୍ରର ମାଟି ଘୁମୁସର ଆଜି ଅବହେଳିତ I ହଜାର ବର୍ଷର ଭଞ୍ଜ ରାଜବଂଶ, ଓଡିଆ ଭାଷ ସୁରକ୍ଷା ଆନ୍ଦୋଳନର ଏନ୍ତୁଡିଶାଳ, ଭାଷା, ଉପମା,ଛାନ୍ଦ, ଚଉପଦୀ ସାହିତ୍ୟର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଭୂମି, ଆଦିବାସୀ ଓ ଭଞ୍ଜରାଜବଂଶ ଇଷ୍ଟଦେବୀ ବାଗଦେବୀ ସାଧନା କ୍ଷେତ୍ର, ଇଂରେଜଙ୍କ ନିଦ ହଜେଇଥିବା ଅପରାଜିତ ବୀର ଚକରା ବିଶୋଈଙ୍କ ରଣ ଭୂମି ଅଞ୍ଚଳଗୁଡିକ ସ୍ଵାଧୀନତା ପରଠାରୁ ସରକାରସ୍ତରେ କିଛି ଆଖିଦୃଶିଆ  ବିକାଶ କାର୍ଯ୍ୟହୋଇ ନାହିଁ I ଏହି ପରିପ୍ରେକ୍ଷୀରେ ଘୁମୁସର ଉନ୍ନୟନ ମଂଚର ଏକ ସାଧାରଣ ସଭା ସ୍ଥାନୀୟ ପାତ୍ରପଡାର ଏ.ଏ. କନଭେନସନ, ସଭାଗୃହ ଠାରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଉନ୍ନୟନ ମଂଚର ସଭାପତି ଶ୍ରୀ ବାଲ୍ମୀକି ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ଘୁମୁସର ବିକାଶ ପରିଷଦ ଭଞ୍ଜନଗରର ସଭାପତି ଶ୍ରୀ ସୋମନାଥ ନାୟକ ସଭା ପରିଚାଳନା କରିଥିଲେ।

ଦୁରଦର୍ଶନର ପ୍ରାକ୍ତନ ନିର୍ଦେଶକ ଡକ୍ଟର ଶାନ୍ତନୁ କୁମାର ରଥ କାର୍ଯ୍ୟକ୍ରମ  ସଂଯୋଜନା କରିଥିଲେ। ସମ୍ମIନିତ ଅତିଥି ଭାବରେ ବିଜେପିର ବରିଷ୍ଠ ନେତା ମହେଶ୍ଵର ମହାନ୍ତି, ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଭାସ୍କର ପଟ୍ଟନାୟକ, ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ, ଡକ୍ଟର ଶିବପ୍ରସାଦ ଅଧିକାରୀ, ଡକ୍ଟର ବାଳକୃଷ୍ଣ ପଣ୍ଡା, ବିଦ୍ୟାଧର ଭୂୟାଁ, ସମ୍ପାଦକ  ଭି ଏଙ୍କେଡ ରତ୍ନ ପାତ୍ର, ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀ ଲିଙ୍ଗରାଜ ଗୌଡ଼, ସୁବାସ ପାତ୍ର, ବରିଷ୍ଠ ସାମ୍ବାଦିକ ସୁଦାମବନ୍ଧୁ ଭଟ୍ଟମିଶ୍ର, ବରିଷ୍ଠ ସାମ୍ବାଦିକ ଦିଲୀପ ବିଶୋୟୀ, ସମାଜସେବୀ ନବକୁମାର ପୃଷ୍ଟି, ଡକ୍ଟର ତାରିଣୀ ପାତ୍ର, ବି. ପ୍ରକାଶ ଚନ୍ଦ୍ର ସାହୁ, ରବିନାରାୟଣ ସାମନ୍ତ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଘୁମୁସର ଜିଲ୍ଲା ଗଠନ ଦାବି ଉପରେ ସବିଶେଷ ଆଲୋଚନା ହୋଇଥିଲା।

ରାଜ୍ୟ ବିଧାନ ସଭା ପରିସରରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା, ଭଞ୍ଜଙ୍କନାମରେ ଡାକଟିକଟ ଓ ବୈଦେହୀ ନାମରେ ଟ୍ରେନ ପ୍ରଚଳନ, ୧୦୩ ବର୍ଷର ପୁରାତନ ଦାବି ଭଞ୍ଜନଗରକୁ ରେଳପଥ ନିର୍ମାଣ, ଘୁମୁସରର ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ, ଘୁମୁସରିଆ ମହୋତ୍ସବ ପାଳନ, ଘୁମୁସର ବିକାଶ ପାଇଁ ୧୦୦ କୋଟିର ସ୍ଵତନ୍ତ୍ର ବଜେଟ ଓ ରାଜଧାନୀରେ କାର୍ଯ୍ୟଳୟ ଖୋଲିବା ଆଦି ବିଭିନ୍ନ ଦାବି ରଖିଥିଲେ I ବର୍ଷେ ଉପରେ ହେଲାଣି ଅସ୍ମିତାର ସରକାର  ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡିଆ ଭାଷାର ଏନ୍ତୁଡିଶାଳ ସାଧନାପୀଠ ଓ ଭଞ୍ଜଭୂମିରେ ପାଦ ନ ଦେବା ବଡ ଦୁଃଖର ବିଷୟ ବୋଲି ସଭାରେ ମତ ପ୍ରକାଶ ପାଇଥିଲା। ଆଗାମୀ ଦିନରେ ଘୁମୁସରର ଚାରି ବିଧାୟକ ଓ ସାଂସଦଙ୍କୁ ମଞ୍ଚ ତରଫରୁ ସମ୍ମାନିତ କରାଯିବା ନେଇ ସଭାରେ ଗୃହୀତ ହୋଇଛି। ସଂଗଠନକୁ ଦୃଢ଼ କରିବା ସତନ୍ତ୍ର କୋର କମିଟି ଗଠନ କରାଯାଇଛି। ଏହି କମିଟି ଉପରୋକ୍ତ ଦାବିଗୁଡ଼ିକ ପୂରଣ ହେବା ପର୍ଯ୍ୟନ୍ତ ନିରନ୍ତର କାର୍ଯ୍ୟ କରିବେ।ଶେଷରେ ଲକ୍ଷ୍ମଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

About The Author: Sakala Desk