ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଘୋଡ଼ଲାଗି ବେଶ

ପୁରୀ: ମାର୍ଗଶୀର ଶୁକ୍ଳ ଷଷ୍ଠୀଠାରୁ ଦାରୁବିଗ୍ରହଙ୍କ ଘୋଡ଼ଲାଗି ବେଶ ଆରମ୍ଭ ହୋଇ ଶ୍ରୀପଞ୍ଚମୀ ପର୍ଯ୍ୟନ୍ତ ଚାଲିଥାଏ। ତେଣୁ ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଘୋଡ଼ଲାଗି ବେଶ ଆରମ୍ଭ ହେବ। ଶ୍ରୀଜୀଉ ମାନେ ଶୀତର ପ୍ରକୋପରୁ ବର୍ତ୍ତିବା ପାଇଁ ଶୀତବସ୍ତ୍ର ପରିଧାନ କରିବାର ବିଧି ରହିଛି। ମାର୍ଗଶିର ଶୁକ୍ଳ ଷଷ୍ଠୀ ଠାରୁ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କର ପ୍ରତ୍ୟହ ଏହି ଘୋଡ଼ ଲାଗି ନୀତି ସମ୍ପନ୍ନ ହେବ। ଏଥିପାଇଁ ଶୁକ୍ରବାର ଘୋଡ଼ ଅଧିବାସ କରାଯାଇଛି। ଚତୁର୍ଦ୍ଧାବିଗ୍ରହଙ୍କ ରାତ୍ର ଚନ୍ଦନ ଲାଗି […]

ପୁରୀ: ମାର୍ଗଶୀର ଶୁକ୍ଳ ଷଷ୍ଠୀଠାରୁ ଦାରୁବିଗ୍ରହଙ୍କ ଘୋଡ଼ଲାଗି ବେଶ ଆରମ୍ଭ ହୋଇ ଶ୍ରୀପଞ୍ଚମୀ ପର୍ଯ୍ୟନ୍ତ ଚାଲିଥାଏ। ତେଣୁ ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଘୋଡ଼ଲାଗି ବେଶ ଆରମ୍ଭ ହେବ। ଶ୍ରୀଜୀଉ ମାନେ ଶୀତର ପ୍ରକୋପରୁ ବର୍ତ୍ତିବା ପାଇଁ ଶୀତବସ୍ତ୍ର ପରିଧାନ କରିବାର ବିଧି ରହିଛି। ମାର୍ଗଶିର ଶୁକ୍ଳ ଷଷ୍ଠୀ ଠାରୁ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କର ପ୍ରତ୍ୟହ ଏହି ଘୋଡ଼ ଲାଗି ନୀତି ସମ୍ପନ୍ନ ହେବ। ଏଥିପାଇଁ ଶୁକ୍ରବାର ଘୋଡ଼ ଅଧିବାସ କରାଯାଇଛି। ଚତୁର୍ଦ୍ଧାବିଗ୍ରହଙ୍କ ରାତ୍ର ଚନ୍ଦନ ଲାଗି ବଢ଼ିବା ପରେ ଭୋଗମଣ୍ଡପ ଘରେ ମୁରୁଜ ପଡି ପତନି, ଘୋଷ, ଖଣ୍ଡୁଆ ଘୋଡ଼, ପାଗ, ମଦନମୋହନଙ୍କ କବରୀ, ବିମଳା, ଲକ୍ଷ୍ମୀ, ସରସ୍ୱତୀଙ୍କ ଘୋଡ଼ ଅଧିବାସ ହୋଇଛି।

ଆଜି ମହାପ୍ରଭୁଙ୍କ ସକାଳ ଧୂପ ବଢିବା ପରେ ମଇଲମ ଲାଗି କରାଯାଇଛି । ପୂର୍ବଦିନ ଭୋଗମଣ୍ଡପ ଘରେ ଅଧିବାସ ହୋଇଥିବା ଘୋଡ଼ ବସ୍ତ୍ରମାନଙ୍କୁ ଘଣ୍ଟ, ଛତା, କାହାଳି ସହ ପଟୁଆରରେ ଶ୍ରୀମନ୍ଦିରକୁ ତିନିବେଢା ପ୍ରଦକ୍ଷିଣ କରାଇ ଭିତର ସିଂହାସନକୁ ବିଜେ କରାଯିବ। ସିଂହାସନରେ ଠାକୁରମାନଙ୍କ ପାଗ ଓ ଘୋଡ଼ ଲାଗି ବଢ଼ିଲେ ୬ ମୂର୍ତ୍ତି ସୁବର୍ଣ୍ଣ ଅଳଙ୍କାର ଲାଗି କରାଯିବ। ଏହାପରେ ତିନିବାଡ଼ରେ ବନ୍ଦାପନା କରାଯିବ। ସପ୍ତାହର ୭ ଦିନରେ ୭ ରଙ୍ଗର ଘୋଡ଼ବସ୍ତ୍ର ଲାଗି ହୋଇଥାନ୍ତି। ରବିବାର ଲାଲ୍‌, ସୋମବାର କଳାଛିଟା ମିଶା ଶୁକ୍ଳ, ମଙ୍ଗଳବାର ବାରପଟିଆ (୫ ରଙ୍ଗ ମିଶା), ବୁଧବାର ନୀଳ, ଗୁରୁବାର ବସନ୍ତ (ହଳଦିଆ), ଶୁକ୍ରବାର ଶୁକ୍ଳ (ଧଳା) ଓ ଶନିବାର ଚତୁର୍ଦ୍ଧାବିଗ୍ରହ କଳା ରଙ୍ଗର ଘୋଡ଼ଲାଗି ହୋଇଥାନ୍ତି।

About The Author: The Sakala