ଦୁଇ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସଟ୍‌ଡାଉନ୍‌ ହେଲା କଲେଜ

ସମ୍ବଲପୁର : ରାଜ୍ୟରେ କରୋନା ମାଡି ଚାଲିଛି । ଏହାରି ମଧ୍ୟରେ ସମ୍ବଲପୁର ସ୍ଥିତ ଗାୟତ୍ରୀ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସର ୨ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ କଲେଜକୁ ସଟ୍‌ଡାଉନ୍‌ ରଖିବାକୁ ଅନୁଷ୍ଠାନ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ ଶିକ୍ଷାନୁଷ୍ଠାନର ଅନ୍ୟ କର୍ମଚାରୀମାନଙ୍କର କୋଭିଡ ପରୀକ୍ଷା କରାଯିବ। ଏଥିସହ ଶିକ୍ଷାନୁଷ୍ଠାନର ପରିସରକୁ ସାନିଟାଇଜ୍ କରାଯିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ଆଜି ରାଜ୍ୟରେ ୨୧୪ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ […]

ସମ୍ବଲପୁର : ରାଜ୍ୟରେ କରୋନା ମାଡି ଚାଲିଛି । ଏହାରି ମଧ୍ୟରେ ସମ୍ବଲପୁର ସ୍ଥିତ ଗାୟତ୍ରୀ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସର ୨ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ କଲେଜକୁ ସଟ୍‌ଡାଉନ୍‌ ରଖିବାକୁ ଅନୁଷ୍ଠାନ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ ଶିକ୍ଷାନୁଷ୍ଠାନର ଅନ୍ୟ କର୍ମଚାରୀମାନଙ୍କର କୋଭିଡ ପରୀକ୍ଷା କରାଯିବ। ଏଥିସହ ଶିକ୍ଷାନୁଷ୍ଠାନର ପରିସରକୁ ସାନିଟାଇଜ୍ କରାଯିବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ ଆଜି ରାଜ୍ୟରେ ୨୧୪ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୨୬ ଓ ୮୮ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩ ଜଣ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ।

About The Author: The Sakala