ଗଞ୍ଜାମ: ଗଞ୍ଜାମ ଜିଲା ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡ଼ି ଜଣେ ଛାତ୍ର ନିଖୋଜ ହୋଇ ଯାଇଛନ୍ତି । ନିଖୋଜ ଛାତ୍ର ଜଣକ ହେଲେ କେ.ଆର୍ଯ୍ୟପଲ୍ଲୀ ଗ୍ରାମର ୨୨ବର୍ଷୀୟ ହେମନସେନ ବେହେରା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଓ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ୧୮ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ଛାତ୍ରଙ୍କ ପତ୍ତା ମିଳିପାରି ନାହିଁ ।
ସୂଚନା ଅନୁଯାୟୀ, ବୁଧବାର ଅପରାହ୍ନ ୫ଟାରେ ହେମନ ତାଙ୍କ ୪ରୁ ୫ ଜଣ ସାଙ୍ଗଙ୍କ ସହ ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ହେମନ ପାଣିରେ ଭାସି ଯାଇଥିଲେ।
ଖବରପାଇ ତୁରନ୍ତ ଓ ଓଡ୍ରାଫ ବିଭାଗର ଅଧିକାରୀ, ଅଗ୍ନିଶମ କର୍ମଚାରୀ ପ୍ରମୁଖ ପହଞ୍ଚି ଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରେ ଛତ୍ରପୁର ଏସ୍ଡିପିଓ, ଆର୍ଯ୍ୟପଲ୍ଲୀ ଥାନା ପୁଲିସ ପ୍ରମୁଖ ଉପସ୍ଥିତ ଅଛନ୍ତି। ହେମନସେନଙ୍କୁ ଖୋଜିବାକୁ ସମୁଦ୍ର ଉପରେ କୋଷ୍ଟଗାର୍ଡ ହେଲିକପ୍ଟର ବି ପଇଁତରା ମାରୁଛି। ଏହାସତ୍ତ୍ବେ ହେମନସେନଙ୍କ ପତ୍ତା ମିଳି ପାରିନାହିଁ। ପୁଅକୁ ନ ପାଇ ପରିବାର ଲୋକେ ସମୁଦ୍ର କୂଳରେ ଜଗି ରହିଛନ୍ତି। ଏବେ ମଧ୍ୟ ଆକାଶଥ ଓ ଜଳପଥରେ ଖୋଜା ଖୋଜି ଜାରି ରହିଛି। ହେମନସେନ ଜଣେ ଡିପ୍ଲୋମା ଛାତ୍ର ଅଟନ୍ତି।