ବେଆଇନ ମଦ ବିକ୍ରି ଅଭିଯୋଗରେ ଚଢ଼ଉ କରି ହଟହଟା ହେଲେ ଅବକାରୀ ସ୍ୱତନ୍ତ୍ର ଟିମ: ୩ଘଣ୍ଟା ଅଟକ ରହିଲେ ଅବକାରୀ କର୍ମଚାରୀ

ଗଞ୍ଜାମ: ଗଞ୍ଜାମ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ ପୁଇଁତୋଳା ଗ୍ରାମର ଝଡିଆ ଦଳେଇଙ୍କ ଘରେ ସ୍ୱତନ୍ତ୍ର ଅବକାରୀ ଟିମ୍ କିଛି କର୍ମଚାରୀ ପଶିବା ସେମାନଙ୍କୁ ମହଙ୍ଗା ପଡ଼ିଛି। ଅବକାରୀ ବିଭାଗ ଘରେ ପଶି ଠେଲା ପେଲା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। କୌଣସି ମଦ ନ ପାଇବା ପରେ କାହିଁକି ଆମ ଘରେ ପଶିଲେ ଓ କିଏ ଅଭିଯୋଗ କରିଥିଲା ବୋଲି ପଚାରିବା ସହ ସ୍ଥାନୀୟ ଲୋକ ଅବକାରୀ କର୍ମଚାରୀଙ୍କୁ ତିନି […]

ଗଞ୍ଜାମ: ଗଞ୍ଜାମ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ ପୁଇଁତୋଳା ଗ୍ରାମର ଝଡିଆ ଦଳେଇଙ୍କ ଘରେ ସ୍ୱତନ୍ତ୍ର ଅବକାରୀ ଟିମ୍ କିଛି କର୍ମଚାରୀ ପଶିବା ସେମାନଙ୍କୁ ମହଙ୍ଗା ପଡ଼ିଛି। ଅବକାରୀ ବିଭାଗ ଘରେ ପଶି ଠେଲା ପେଲା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। କୌଣସି ମଦ ନ ପାଇବା ପରେ କାହିଁକି ଆମ ଘରେ ପଶିଲେ ଓ କିଏ ଅଭିଯୋଗ କରିଥିଲା ବୋଲି ପଚାରିବା ସହ ସ୍ଥାନୀୟ ଲୋକ ଅବକାରୀ କର୍ମଚାରୀଙ୍କୁ ତିନି ଘଣ୍ଟା ଘେରାଉ କରି ରଖିଥିଲେ। ଜଣେ ଭଦ୍ର ବ୍ୟକ୍ତିଙ୍କ ଘରେ କେଉଁ ଆଧାରରେ ଅବକାରୀ ବିଭାଗ ପଶିବା ଲୋକେ ପ୍ରଶ୍ନ କରିଥିଲେ। ଉକ୍ତ ଘଟଣାକୁ ନେଇ ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଅବକାରୀ ସବଇନ୍ସପକ୍ଟର ଓ କର୍ମଚାରୀମାନେ ଭୁଲ ମାଗିଥିଲେ ତଥାପି ଉତ୍ତ୍ୟକ୍ତ ଲୋକ ଶୁଣି ନ ଥିଲେ। ଖବର ପାଇ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ସେଠାରୁ ଅବକାରୀ କର୍ମଚାରୀଙ୍କୁ ମୁକୁଳାଇ ଥାନାକୁ ଆଣିଥିଲେ। ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସୂଚନା ଯୋଗ୍ୟ ଶୁକ୍ରବାର ପୂର୍ବାହ୍ନରେ ସ୍ୱତନ୍ତ୍ର ଅବକାରୀ ଟିମର ଏସଆଇ ବିଶ୍ୱଜିତ ଦାସଙ୍କ ନେତୃତ୍ୱରେ ପୁଇଁତୋଳାରେ ବେଆଇନ ମଦ ବିକ୍ରି ଅଭିଯୋଗରେ ଚଢ଼ଉ କରିଥିଲେ। କିନ୍ତୁ ଉକ୍ତ ଘର ଲୋକ କିଛି ବୁଝିବା ପୂର୍ବରୁ କିଛି ମହିଳା କର୍ମଚାରୀ ପରିବାର ଲୋକଙ୍କୁ ଧକ୍କା ମାରିଥିଲେ ବୋଲି ଅଭିଯୋଗ ହୋଇଛି।

About The Author: The Sakala