ବାରଣ ସତ୍ତ୍ବେ ବେଳାଭୂମିରେ ଭିଡ଼: କଟକଣା ମାନିଲେନି ଅମାନିଆ ପର୍ଯ୍ୟଟକ

ଗୋପାଳପୁର: ବାତ୍ୟାକୁ ନଜରରେ ରଖି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ପର୍ଯ୍ୟଟକଙ୍କୁ ଦୁଇଦିନ ବେଳାଭୂମି ବାରଣ କରାଯାଇଛି। ତଥାପୀ ଆଜି ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସ୍ଥାନୀୟ ପୁଲିସ୍‍ ଉପସ୍ଥିତ ଥିଲେ ମଧ୍ୟ ଭିଡ଼କୁ ଦେଖି ନୀରବ ଦଷ୍ଟା ସାଜିଥିବା ଦେଖିବାକୁ ମିଳିଛି। ଗତ ସୋମବାର ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ, ବ୍ରହ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସମ୍ଭାବ୍ୟ ବାତ୍ୟା ଅସାନିକୁ ନେଇ ଦୁଇଦିନ ବେଳାଭୂମିରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା […]

ଗୋପାଳପୁର: ବାତ୍ୟାକୁ ନଜରରେ ରଖି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ପର୍ଯ୍ୟଟକଙ୍କୁ ଦୁଇଦିନ ବେଳାଭୂମି ବାରଣ କରାଯାଇଛି। ତଥାପୀ ଆଜି ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସ୍ଥାନୀୟ ପୁଲିସ୍‍ ଉପସ୍ଥିତ ଥିଲେ ମଧ୍ୟ ଭିଡ଼କୁ ଦେଖି ନୀରବ ଦଷ୍ଟା ସାଜିଥିବା ଦେଖିବାକୁ ମିଳିଛି। ଗତ ସୋମବାର ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ, ବ୍ରହ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସମ୍ଭାବ୍ୟ ବାତ୍ୟା ଅସାନିକୁ ନେଇ ଦୁଇଦିନ ବେଳାଭୂମିରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରିଥିଲେ।

ସେ ଅନୁଯାୟୀ, ବୁଧବାର ଗୋପାଳପୁର ପୁଲିସ ପକ୍ଷରୁ ପର୍ଯ୍ୟଟକଙ୍କ ଗୋପାଳପୁର ପ୍ରବେଶ ଉପରେ ରୋକ ଲଗାଇବା ବ୍ୟବସ୍ଥା କରାଯିବା କଥା। ହେଲେ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଫଳରେ ଅମାନିଆ ପର୍ଯ୍ୟଟକ ବେଳାଭୂମିରେ ପହଞ୍ଚି ଭିଡ଼ ଜମାଇଥିବା ସହ ଗାଧୋଉଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ପୁଲିସ ପକ୍ଷରୁ ଗୋପାଳପୁର କଲେଜ ନିକଟରେ ଅପରାହ୍ନ ୪ଟା ପରେ ଚେକିଂ ବ୍ୟବସ୍ଥା କରିବା ସହ କେବଳ ସ୍ଥାନୀୟ ଲୋକ ଓ ହୋଟେଲ୍‍ରେ ରହୁଥିବା ପର୍ଯ୍ୟଟକଙ୍କୁ ଛଡ଼ା ଯାଉଥିବା ବେଳେ ଆଖ ପାଖ ଅଞ୍ଚଳରୁ ବେଳାଭୂମିକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ବାରଣ କରାଯାଉଥିବାରୁ ନିରାଶ ହୋଇ ଫେରିଥିଲେ।

About The Author: The Sakala