୫-ଟି ସଚିବଙ୍କ ଗସ୍ତ ପରେ ବୁଢୀ ଠାକୁରାଣୀ ମନ୍ଦିର ନିର୍ମାଣ କାର୍ଯ୍ୟ ନେଇ ତତ୍ପରତା

ବ୍ରହ୍ମପୁର : ବ୍ରହ୍ମପୁର ବୁଢୀ ଠାକୁରାଣୀ ଯାତ୍ରା ସମୟରେ ୫-ଟି ସଚିବ ଭି କେ ପାଣ୍ଡିଆନ୍‌ ଦିନିକିଆ ବ୍ରହ୍ମପୁର ଗସ୍ତରେ ଆସିଥିଲେ । ଅସ୍ଥାୟୀ ମଣ୍ଡପଠାରେ ମା’ଙ୍କୁ ଦର୍ଶନ କରିବା ସହ ବୁଢୀ ଠାକୁରାଣୀ ମନ୍ଦିର ପରିଦର୍ଶନ କରିଥିଲେ । ତୁରନ୍ତ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ସକାଶେ ପ୍ରସ୍ତୁତ ହେବାକୁ ସ୍ଥାନୀୟ ପ୍ରଶାସନକୁ କହିଥିଲେ । ଏଥିଲାଗି ଡ଼ିପିଆର୍‌ ପ୍ରସ୍ତୁତ ହୋଇଥିବା ବେଳେ ଧାର୍ଯ୍ୟ ସମୟ ଅନୁଯାୟୀ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହିକ୍ରମରେ ବ୍ରହ୍ମପୁର […]

ବ୍ରହ୍ମପୁର : ବ୍ରହ୍ମପୁର ବୁଢୀ ଠାକୁରାଣୀ ଯାତ୍ରା ସମୟରେ ୫-ଟି ସଚିବ ଭି କେ ପାଣ୍ଡିଆନ୍‌ ଦିନିକିଆ ବ୍ରହ୍ମପୁର ଗସ୍ତରେ ଆସିଥିଲେ । ଅସ୍ଥାୟୀ ମଣ୍ଡପଠାରେ ମା’ଙ୍କୁ ଦର୍ଶନ କରିବା ସହ ବୁଢୀ ଠାକୁରାଣୀ ମନ୍ଦିର ପରିଦର୍ଶନ କରିଥିଲେ । ତୁରନ୍ତ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ସକାଶେ ପ୍ରସ୍ତୁତ ହେବାକୁ ସ୍ଥାନୀୟ ପ୍ରଶାସନକୁ କହିଥିଲେ । ଏଥିଲାଗି ଡ଼ିପିଆର୍‌ ପ୍ରସ୍ତୁତ ହୋଇଥିବା ବେଳେ ଧାର୍ଯ୍ୟ ସମୟ ଅନୁଯାୟୀ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହିକ୍ରମରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ବୁଢୀ ଠାକୁରାଣୀ ମନ୍ଦିର ନିର୍ମାଣ ପାଇଁ ଯୋଜନା ହୋଇଛି । ୫-ଟି ସଚିବଙ୍କ ଗସ୍ତ ଓ ନିର୍ଦ୍ଦେଶ ଅନୁଯାୟୀ ଡ଼ିପିଆର ପ୍ରସ୍ତୁତ ହୋଇଛି । ତିନୋଟି ପର୍ଯ୍ୟାୟରେ ଏହା ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ଗର୍ଭ ଗୃହ ଓ ଶିଖର, ଦୀପ ଷ୍ଟାଣ୍ଡ, ପରିକ୍ରମା ମଣ୍ଡପ ଆଦି ନିର୍ମାଣ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ପୂଜା ମଣ୍ଡପ ଓ ପାର୍କିଂ ଷ୍ଟାଣ୍ଡ ଓ ଷ୍ଟଲ୍‌ ନିର୍ମାଣ ହେବ । ତୃତୀୟ ପର୍ଯ୍ୟାୟରେ ସେଠାରେ ଜବର ଦଖଲ ଉଚ୍ଛେଦ କରାଯାଇ ପାରିପାଶ୍ୱର୍ିକ ବିକାଶ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରସ୍ତୁତ ହୋଇଥିବା ଏହି ଡ଼ିପିଆର୍‌ ୫-ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କୁ ପ୍ରଦାନ କରାଯିବା ପରେ ରାଜ୍ୟ ସରକାର ଏ ଦିଗରେ ନିଷ୍ପତି ନେବେ ବୋଲି ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ ଜେ ସୋନାଲ୍‌ କହିଛନ୍ତି । ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଇଁ ୧୦କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କାର୍ଯ୍ୟ ଲାଗି ବ୍ୟୟ ଅଟକଳ ନେଇ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି । ସମୟସୀମା ମଧ୍ୟରେ ବୁଢୀ ଠାକୁରାଣୀ ମନ୍ଦିର କାର୍ଯ୍ୟ ନିର୍ମାଣ ଓ ସାରିବାକୁ ଯୋଜନା କରାଯାଉଛି । ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ତିନିରୁ ୪ମାସ ମଧ୍ୟରେ ସାରିବାକୁ ଲକ୍ଷ୍ୟ କରାଯାଉଛି ।

ସୂଚନାଯୋଗ୍ୟ ଯେ, ବୁଢୀ ଠାକୁରାଣୀ ମନ୍ଦିରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପରିକଳ୍ପନା କିଛି ମାସ ପୂର୍ବେ ଆରମ୍ଭ ହୋଇଥିଲା । ଏନେଇ ବିଇଏମ୍‌ସି ଓ ଜିଲ୍ଲାପ୍ରଶାସନ ବାରମ୍ବାର ମନ୍ଦିର ପରିଦର୍ଶନ କରି ଏ ସମ୍ପର୍କିତ ସମସ୍ତ ତଥ୍ୟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲା । ପରେ ପରେ ବୁଢୀ ଠାକୁରାଣୀ ମନ୍ଦିରର ରୂପରେଖ ପ୍ରସ୍ତୁତ ପାଇଁ ସମ୍ପ୍ରତି ନକ୍ସା ପ୍ରସ୍ତୁତି ହୋଇଛି । ଏହାକୁ ରାଜ୍ୟ ସରକାରଙ୍କ ୫-ଟି ସଚିବ ଦେଖିବା ସହ ଏ ସମ୍ପର୍କରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କଠାରୁ ବିସ୍ତୁତ ଭାବେ ପଚାରି ବୁଝିଥିଲେ । କାର୍ଯ୍ୟାରମ୍ଭ ନେଇ ଆଲୋଚନା କରିଥିଲେ । ପ୍ରସ୍ତୁତ ହୋଇଥିବା ନକ୍ସାର ରୂପରେଖ ମନ୍ଦିରର ଚର୍ତୁପାଶ୍ୱର୍ ବିକାଶକୁ ଗୁରୁତ୍ୱ ଦିଆଯାଇଛି । ମନ୍ଦିର ଦୁଇ ପାଶ୍ୱର୍ରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଦୁଇଟି ଦ୍ୱାର ରହିବ । ନିକଟରେ ହାତଧୁଆ ଓ ଗୋଡ଼ ଧୋଇବା ପାଇଁ ବ୍ୟବସ୍ଥା ସହ ପୂଜାରୀ ମାନଙ୍କ ପାଇଁ ମଧ୍ୟ କୋଠରୀର ବ୍ୟବସ୍ଥା ହେବ । ସେହିଭଳି ପୂଜା ସାମଗ୍ରୀ ଦୋକାନ, ମନ୍ଦିର କମ୍ପେଲ୍ସ ଓ ଏହାର ପ୍ରବେଶ ଦ୍ୱାର ଓ ବହୁମୁଖୀ କୋଠରୀ ନିର୍ମାଣ ସକାଶେ ନକ୍ସା ପ୍ରସ୍ତୁତ ହୋଇଛି । ପ୍ରବେଶପଥ ଦ୍ୱାର ତୋରଣ ସୁନ୍ଦର ଢଙ୍ଗରେ ନିର୍ମାଣ ସକାଶେ ଗୁରୁତ୍ୱ ଦିଆଯିବା ସହ ମନ୍ଦିରର କାନ୍ଥ ଗୁଡ଼ିକ ପୌରାଣିକ କିମ୍ବଦନ୍ତୀ ନେଇ ତିଆରି ଉପରେ ନକ୍ସାରେ ଦର୍ଶାଯାଇଛି ।

About The Author: The Sakala