By
The Sakala
ଭଞ୍ଜନଗର: ତାରାସିଙ୍ଗ ଥାନା ଅନ୍ତର୍ଗତ କୋକୋଳବା ଗ୍ରାମ ନିକଟରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପରିବା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଛି। ଫଳରେ ଘଟଣା ସ୍ଥଳରେ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇଜଣ ମହାରାଷ୍ଟ୍ର ବୋଲି ଜଣା ପଡିଛି। ତେବେ ସେମାନଙ୍କ ପରିଚୟ ଜଣାପଡି ନାହିଁ। ମହାରାଷ୍ଟ୍ରରୁ ପରିବା ନେଇ ଗଞ୍ଜାମ ଆସୁଥିବା ବେଳେ ବାଟରେ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ତାରାସିଙ୍ଗ […]
ଭଞ୍ଜନଗର: ତାରାସିଙ୍ଗ ଥାନା ଅନ୍ତର୍ଗତ କୋକୋଳବା ଗ୍ରାମ ନିକଟରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପରିବା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଛି। ଫଳରେ ଘଟଣା ସ୍ଥଳରେ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇଜଣ ମହାରାଷ୍ଟ୍ର ବୋଲି ଜଣା ପଡିଛି। ତେବେ ସେମାନଙ୍କ ପରିଚୟ ଜଣାପଡି ନାହିଁ। ମହାରାଷ୍ଟ୍ରରୁ ପରିବା ନେଇ ଗଞ୍ଜାମ ଆସୁଥିବା ବେଳେ ବାଟରେ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ତାରାସିଙ୍ଗ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିିଛି।
About The Author: The Sakala