୧୦୨ କେଜି ଗଞ୍ଜେଇ ଜବତ କଲା ଆସିକା ପୋଲିସ, ୪ ଗିରଫ

ପୋଲିସ୍‌ ଯେତେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ମଧ୍ୟ ସୁଧୁରୁ ନାହାନ୍ତି ନିଶା ମାଫିଆ । ଗୋଟେ ପରେ ଗୋଟେ ଗଳିଆ ଉପାୟ ବାହାର କରି ବଢ଼ାଇ ଚାଲିଛନ୍ତି ନିଶା କାରବାରର ସାମ୍ରାଜ୍ୟ। ଗଞ୍ଜାମ ଜିଲ୍ଲା ଆସିକା ପୋଲିସ ଆଜି ସକାଳ ସମୟରେ ପାଟ୍ରୋଲିଂ କରୁଥିବା ବେଳେ ୧୦୨ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି। ଗଞ୍ଜେଇ ଭଞ୍ଜନଗରରୁ ଅନ୍ୟ ଜିଲ୍ଲାକୁ ଚାଲାଣ ହେଉଥିବା ବେଳେ ପୋଲିସ ଜବତ କରିବା ସହ ଚାରି ଜଣକୁ ମଧ୍ୟ […]

ପୋଲିସ୍‌ ଯେତେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ମଧ୍ୟ ସୁଧୁରୁ ନାହାନ୍ତି ନିଶା ମାଫିଆ । ଗୋଟେ ପରେ ଗୋଟେ ଗଳିଆ ଉପାୟ ବାହାର କରି ବଢ଼ାଇ ଚାଲିଛନ୍ତି ନିଶା କାରବାରର ସାମ୍ରାଜ୍ୟ। ଗଞ୍ଜାମ ଜିଲ୍ଲା ଆସିକା ପୋଲିସ ଆଜି ସକାଳ ସମୟରେ ପାଟ୍ରୋଲିଂ କରୁଥିବା ବେଳେ ୧୦୨ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି। ଗଞ୍ଜେଇ ଭଞ୍ଜନଗରରୁ ଅନ୍ୟ ଜିଲ୍ଲାକୁ ଚାଲାଣ ହେଉଥିବା ବେଳେ ପୋଲିସ ଜବତ କରିବା ସହ ଚାରି ଜଣକୁ ମଧ୍ୟ ଗିରଫ କରିଛି। ଆହୁରି ତିନି ଜଣ ଫେରାର ହୋଇଯାଇଥିବା ବେଳେ ଏମାନଙ୍କ ନାମରେ ଗଞ୍ଜାମ ଜିଲାର ବିଭିନ୍ନ ଥାନା ଅଞ୍ଜଳରେ ଅପରାଧିକ ମାମଲା ଥିବା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି।

About The Author: The Sakala