ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ

ପୁରୀ: ବିଶିଷ୍ଟ ସମାଜସେବୀ ତଥା ସୁଲେଖିକା ଡ. ମନୋରମା ମହାପାତ୍ରଙ୍କ ସ୍ବର୍ଗଦ୍ବାରଠାରେ ରାଷ୍ଟ୍ରୀୟ ମର୍ଯ୍ଯାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗତକାଲି ଶ୍ରୀମତୀ ମହାପାତ୍ର ୮୭ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଥିଲେ। ଜ୍ୟେଷ୍ଠ ପୁତ୍ର ପ୍ରଦୀପ କୁମାର ମହାପାତ୍ର ମୁଖାଗ୍ନି ଦେଇଥିଲେ। ଜିଲ୍ଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧିକ୍ଷକ ଡ. କନୱାର ବିଶାଲ ସିଂ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ପ୍ରମୁଖ ଶେଷ […]

ପୁରୀ: ବିଶିଷ୍ଟ ସମାଜସେବୀ ତଥା ସୁଲେଖିକା ଡ. ମନୋରମା ମହାପାତ୍ରଙ୍କ ସ୍ବର୍ଗଦ୍ବାରଠାରେ ରାଷ୍ଟ୍ରୀୟ ମର୍ଯ୍ଯାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗତକାଲି ଶ୍ରୀମତୀ ମହାପାତ୍ର ୮୭ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଥିଲେ। ଜ୍ୟେଷ୍ଠ ପୁତ୍ର ପ୍ରଦୀପ କୁମାର ମହାପାତ୍ର ମୁଖାଗ୍ନି ଦେଇଥିଲେ। ଜିଲ୍ଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧିକ୍ଷକ ଡ. କନୱାର ବିଶାଲ ସିଂ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ପ୍ରମୁଖ ଶେଷ ସମ୍ମାନ ଜଣାଇଥିଲେ। ଏହି ଅବସରରେ ସ୍ବର୍ଗତା ମହାପାତ୍ରଙ୍କ ଝିଅ ସୁଚିସ୍ମିତା ମିଶ୍ର, ଜାମାତା ଅରୁଣ ମିଶ୍ର, ଶୈଳରାଣୀ ମିଶ୍ର, ବଦ୍ରି ମିଶ୍ର, ଶ୍ୟାମ ପ୍ରକାଶ ସେନାପତି, ଜ୍ଞାତି କୁଟୁମ୍ବ ଏବଂ ବିଶିଷ୍ଠ ବ୍ୟକ୍ତିବିଶେଷ ପ୍ରମୁଖ ଉପସ୍ଥିତ ଥିଲେ ।

About The Author: The Sakala