୨୦୨୨-୨୩ ବଜେଟ୍‌ରେ କୃଷକଙ୍କ ବିକାଶକୁ ଫୋକସ, ଜାଣନ୍ତୁ କେଉଁ ଯୋଜନା ପାଇଁ କେତେ ହୋଇଛି ବ୍ୟୟବରାଦ?

ଭୁବନେଶ୍ୱର: ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ଚଳିତ ଆର୍ଥିକ ବର୍ଷ ପାଇଁ ମୋଟ ୨ଲକ୍ଷ କୋଟି ଟଙ୍କାର ବଜେଟ୍‌ ଉପସ୍ଥାପିତ ହୋଇଛି। ଚଳିତ ବଜେଟ୍‌ରେ କୃଷି ଉପରେ ଅଧିକ ଫୋକସ କରିଛନ୍ତି ରାଜ୍ୟ ସରକାର। କୃଷି କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ । ଏଯାବତ ସର୍ବାଧିକ ୨୧,୧୬୬ କୋଟି ଟଙ୍କା ବ୍ୟୟବରାଦ କେବଳ କୃଷି ପାଇଁ ରଖାଯାଇଛି । ଓଡିଶା […]

ଭୁବନେଶ୍ୱର: ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ଚଳିତ ଆର୍ଥିକ ବର୍ଷ ପାଇଁ ମୋଟ ୨ଲକ୍ଷ କୋଟି ଟଙ୍କାର ବଜେଟ୍‌ ଉପସ୍ଥାପିତ ହୋଇଛି। ଚଳିତ ବଜେଟ୍‌ରେ କୃଷି ଉପରେ ଅଧିକ ଫୋକସ କରିଛନ୍ତି ରାଜ୍ୟ ସରକାର। କୃଷି କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ । ଏଯାବତ ସର୍ବାଧିକ ୨୧,୧୬୬ କୋଟି ଟଙ୍କା ବ୍ୟୟବରାଦ କେବଳ କୃଷି ପାଇଁ ରଖାଯାଇଛି । ଓଡିଶା କୃଷି ବହୁଳ ରାଜ୍ୟ ହୋଇଥିବାରୁ ରାଜ୍ୟ ସରକାର ଫୋକସ୍ କରିଛନ୍ତି କୃଷି ଉପରେ । କୃଷିର ବିକାଶ ପାଇଁ ବୈଶୟିକ ପଦ୍ଧତିକୁ ଗୁରୁତ୍ୱ ଦିଆଯାଇଛି । ବଡ଼ ଜଳ ସେଚନ ପ୍ରକଳ୍ପ ପୁରା କରିବାକୁ ଲକ୍ଷ୍ୟ ରଖାଯାଇଛି । ଉଦ୍ୟାନ କୃଷିକୁ ୩୧୨ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି । ଜଳ ସେଚନ ପ୍ରକଳ୍ପକୁ ୨୪୯୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

୨ ଲକ୍ଷ ୮୦ ହଜାର ଜମି ଜଳସେଚନ ଲକ୍ଷ୍ଯ ରଖାଯାଇଛି । କାଳିଆ ଯୋଜନା ପାଇଁ ୧୮୭୪ କୋଟି ବ୍ୟୟବରାଦ ରଖାଯାଇଛି । କାଳିଆ ଯୋଜନାରେ ଚାଷୀକୁ ୫୦ ହଜାର ଯାଏଁ ବିନା ସୁଧରେ ଋଣ ଦିଆଯିବାକୁ ବ୍ୟବସ୍ଥା କରାଯାଇଛି । ଚାଷୀଙ୍କ ଋଣ ପାଇଁ ୮୯ କୋଟି ବ୍ୟବସ୍ଥା କରାଯାଇଛି । ଅଣଧାନ ଶସ୍ୟକ୍ରୟ ପାଇଁ ୧୦୦ କୋଟିର କର୍ପସ ପାଣ୍ଠି ରହିଛି ।ଭୂମିହୀନଙ୍କ ପାଇଁ ବଳିଆ ଯୋଜନାରେ ସହାୟତା ଦିଆଯାଉଛି । ରାଜ୍ୟରେ ୧୨ ହଜାର ୫୦୦ ଗଭୀର ନଳକୂପ ଖନନ ହେବ । ୨ ପ୍ରତିଶତ ସୁଧରେ ୫୦ ହଜାରରୁ ୩ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବାକୁ ଯୋଜନା ରଖାଯାଇଛି । ପିଏମ କୃଷି ସିଞ୍ଚାଇ ଯୋଜନା ଅଧୀନ ପ୍ରକଳ୍ପ ପାଇଁ ୨୪୯୩ କୋଟି । ଅତିରିକ୍ତ ୨ ଲକ୍ଷ ୮୦ ହଜାର ହେକ୍ଟର ଜମିକୁ ଜଳ ସେଚନ ଲକ୍ଷ୍ୟ ରଖାଯାଇଛି ।

କୃଷିକ୍ଷେତ୍ରକୁ ୨୧,୧୬୬ କୋଟି ଟଙ୍କା ବ୍ୟୟବରାଦ
-ଉଦ୍ୟାନ କୃଷି ବିକାଶ କାର୍ଯ୍ୟକ୍ରମ ପାଇଁ ୩୦୧୨ କୋଟି
-ଜାତୀୟ ଉଦ୍ୟାନ କୃଷି ମିଶନ ପାଇଁ ୧୨୨ କୋଟି
-ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ପାଇଁ ୩ ଶହ କୋଟି
-ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ପାଇଁ ୨୪୯୩ କୋଟି
-ବୃହତ ଉଠା ଜଳସେଚନ ପ୍ରକଳ୍ପ ପାଇଁ ୧୦,୭୫୯ କୋଟି
-ଜଳନିଧି ଯୋଜନା ପାଇଁ ୨୩୪ କୋଟି ଟଙ୍କା
-ବିଜୁ କୃଷକ ବିକାଶ ଯୋଜନା ପାଇଁ ୪ ଶହ କୋଟି ବରାଦ
-ଚାଷୀଙ୍କ ସୁଧ ରିହାତି ଯୋଜନା ୮୯୩ କୋଟି ବରାଦ
-ସମବାୟ ସଂସ୍ଥାଗୁଡିକୁ ଆର୍ଥିକ ସହାୟତା ପାଇଁ ୩୭ କୋଟି
-ସଘନ ଓ ଆଭ୍ୟନ୍ତରୀଣ ମାଛ ଚାଷ ପାଇଁ ୧୮୨ କୋଟି

About The Author: The Sakala