ଚାକିରୀ ଦେବା ନାଁରେ ଠକେଇ; ୩ ଆନ୍ତଃରାଜ୍ୟ ଠକଙ୍କୁ ବାନ୍ଧିଲା ସାଇବର ପୋଲିସ

ଭୁବନେଶ୍ୱର: ଚାକିରୀ ଦେବା ନାଁରେ ବଡ ଠକେଇ । ଶିକ୍ଷିତ ଯୁବକମାନଙ୍କୁ ନିଜ ଜାଲରେ ପକାଇ ହଜାର ହଜାର ଟଙ୍କା ଠକି ନେଇ ଚମ୍ପଟ ମାରୁଛନ୍ତି ଠକ । ଏଭଳି ଏକ ଘଟଣା ପୁଣି ଥରେ ସାମ୍ନାକୁ ଆସିଛି। ଏୟାରଫିଲ୍ଡ ଅଞ୍ଚଳରେ ଏକ ଅଫିସ ଖୋଲି ଚାକିରୀ ଦେବା ନାଁରେ ଠକେଇ କରୁଥିଲେ । ଜିନ୍ଦଲ, ବେଦାନ୍ତ ଭଳି ବଡ଼ବଡ଼ କମ୍ପାନୀରେ ଚାକିରି ଦେବେ କହୁଥିଲେ । ଠକାମୀର ଶିକାର ହୋଇ ଯୁବକମାନେ ଥାନାର ଦ୍ବାରସ୍ଥ ହେଲା […]

ଭୁବନେଶ୍ୱର: ଚାକିରୀ ଦେବା ନାଁରେ ବଡ ଠକେଇ । ଶିକ୍ଷିତ ଯୁବକମାନଙ୍କୁ ନିଜ ଜାଲରେ ପକାଇ ହଜାର ହଜାର ଟଙ୍କା ଠକି ନେଇ ଚମ୍ପଟ ମାରୁଛନ୍ତି ଠକ । ଏଭଳି ଏକ ଘଟଣା ପୁଣି ଥରେ ସାମ୍ନାକୁ ଆସିଛି। ଏୟାରଫିଲ୍ଡ ଅଞ୍ଚଳରେ ଏକ ଅଫିସ ଖୋଲି ଚାକିରୀ ଦେବା ନାଁରେ ଠକେଇ କରୁଥିଲେ । ଜିନ୍ଦଲ, ବେଦାନ୍ତ ଭଳି ବଡ଼ବଡ଼ କମ୍ପାନୀରେ ଚାକିରି ଦେବେ କହୁଥିଲେ । ଠକାମୀର ଶିକାର ହୋଇ ଯୁବକମାନେ ଥାନାର ଦ୍ବାରସ୍ଥ ହେଲା ପରେ ଘଟଣା ପଦାକୁ ଆସୁଛି। ତଦନ୍ତ କରି ୩ ଜଣ ଠକଙ୍କୁ ଗିରଫ କରିଛି ଭୁବନେଶ୍ୱର ସାଇବର ଥାନା ପୋଲିସ । ଗିରଫ ତିନି ଠକଙ୍କ ମଧ୍ୟରେ ରାଜ ସିହ୍ନା ଦିଲ୍ଲୀର ମୁଖ୍ୟ ଥିବାବେଳେ କେନ୍ଦ୍ରାପଡ଼ାର ସନ୍ଦୀପ କୁମାର୍ ଭୋଇ, ସୁନ୍ଦର ପଦାର ରାଜେଶ ସାମନ୍ତରାୟ ଓଡ଼ିଶା ହେଡ୍ ଭାବରେ କାମ କରୁଥିଲେ । ସେମାନଙ୍କଠାରୁ ୩ ହଜର ଟଙ୍କା, ୮ ଟି ମୋବାଇଲ, ୨ ଲାପଟପ୍, ୧୨ ATM, ଚେକ୍ବୁକ, ପାସ୍ବୁକ ଜବତ କରିଛି ପୋଲିସ ।

ସମଗ୍ର ଦେଶରେ ଜବ୍ ଫ୍ରଡ ଚାଲିଥିବାରୁ ୧୦ ହଜରରୁ ଉର୍ଦ୍ଧ ଚାକିରୀ ଆଶାୟୀଙ୍କୁ କୋଟି କୋଟି ଟଙ୍କା ଠକିଥିବା ଜାଣିବାକୁ ପାଇଛି ପୋଲିସ । ୩ ଜଣ ଠକଙ୍କୁ ସାଇବର ପୋଲିସ ରିମାଣ୍ଡରେ ଆଣିବ ବୋଲି ଜଣାପଡିଛି । ସାଇବର ଠକମାନେ ଯୁବକମାନଙ୍କୁ ଆକର୍ଷିଣୀୟ ଲୋଭ ଦେଖାଇ ସେମାନଙ୍କର ଜାଲରେ ଫସାଉଥିଲେ। ୪୦ ହଜାର ଟଙ୍କା ଦେଲେ ଉକ୍ତ କମ୍ପାନି ଚାକିରି ଦେବେ ବୋଲି ଲୋଭନୀୟ ଅଫର ଦେଉଥିଲେ। ବିଶ୍ୱାସ ଜନ୍ମାଇବା ପାଇଁ ଅନଲାଇନରେ ଇଣ୍ଟରଭ୍ୟୁ ମଧ୍ୟ ନେଉଥିଲେ। ଓଡ଼ିଶା ସମେତ ଛତିଶଗଡ଼ ଓ ଝାରଖଣ୍ଡର ଅନେକ ଚାକିରି ଆଶାୟୀ ପ୍ରାର୍ଥୀ ଏହି ଜାଲରେ ପଡ଼ିଥିଲେ।

About The Author: The Sakala