ଆବାସ ଯୋଜନାରେ ଜାଲିଆତି : ପିଇଓ, ଜିଆର୍‍ଏସ୍‍ ଓ ବିପିସି ଗିରଫ

କୋକସରା : କୋକସରା ବ୍ଲକ ବଡ଼ପୋଡ଼ାଗୁଡା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କ ଘରକୁ ଜାଲିଆତି କରି ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଗିରଫ ହୋଇଥିବା ପଞ୍ଚାୟତର କର୍ମଚାରୀ ସଞ୍ଜୀବ କୁମାର ଦାସଙ୍କ ବୟାନ ଆଧାରରେ ଆମପାଣି ପୁଲିସ ବଡ଼ପୋଡ଼ାଗୁଡା ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜମୋହନ ଶବର, ଗ୍ରାମ ରୋଜଗାର ସେବକ ହେମନ୍ତ ବଚ୍ଛା ଓ ବ୍ଲକ ପୋଗ୍ରାମ କୋଅର୍ଡିନେଟର ଚନ୍ଦନ ସାହୁଙ୍କୁ ବୁଧବାର ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଛି। ବଡ଼ପୋଡ଼ାଗୁଡା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ […]

କୋକସରା : କୋକସରା ବ୍ଲକ ବଡ଼ପୋଡ଼ାଗୁଡା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କ ଘରକୁ ଜାଲିଆତି କରି ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଗିରଫ ହୋଇଥିବା ପଞ୍ଚାୟତର କର୍ମଚାରୀ ସଞ୍ଜୀବ କୁମାର ଦାସଙ୍କ ବୟାନ ଆଧାରରେ ଆମପାଣି ପୁଲିସ ବଡ଼ପୋଡ଼ାଗୁଡା ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜମୋହନ ଶବର, ଗ୍ରାମ ରୋଜଗାର ସେବକ ହେମନ୍ତ ବଚ୍ଛା ଓ ବ୍ଲକ ପୋଗ୍ରାମ କୋଅର୍ଡିନେଟର ଚନ୍ଦନ ସାହୁଙ୍କୁ ବୁଧବାର ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଛି।
ବଡ଼ପୋଡ଼ାଗୁଡା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବା ୬ ହିତାଧିକାରୀଙ୍କ ଘରକୁ ଜାଲିଆତି କରି ପଞ୍ଚାୟତର ଜିଓଟେଗ ଦାୟିତ୍ବରେ ଥିବା ସଞ୍ଜୀବ କୁମାର ଦାସ ପ୍ରାୟ ୭ ଲକ୍ଷ ୮୦ ହଜାର ଟଙ୍କା ହଡ଼ପ ଘଟଣାରେ ଗୁମର ଖୋଲିବା ପରେ ବିଡିଓ ମନୀଷା ଦାସ ଆମପାଣି ଥାନାରେ ଏକ ମାମଲା ରୁଜୁ କରିଥିଲେ। ଅଭିଯୋଗ ପରେ ସଞ୍ଜୀବ କୁମାର ଦାସକୁ ଗିରଫ କରି ଆମପାଣି ପୁଲିସ ପୂର୍ବରୁ କୋର୍ଟ ଚାଲାଣ କରିଛି। ତେବେ ଏହି ଘଟଣାରେ ଜଣେ କର୍ମଚାରୀ ନୁହେଁ ବରଂ ପଞ୍ଚାୟତ ଓ ବ୍ଲକର କର୍ମଚାରୀଙ୍କ ସମ୍ପୃକ୍ତି ଥିବାନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଘଟଣାର ତଦନ୍ତ ଚାଲିଥିବା ଆମପାଣି ଥାନାଧିକାରୀ କୃଷ୍ଣଚନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି।

About The Author: The Sakala