୪ କୁକୁର ଛୁଆଙ୍କ ଉପରେ ଗାଡ଼ି ଚଢ଼ିଗଲା

ଭୁବନେଶ୍ୱର : ମଞ୍ଚେଶ୍ୱର ଥାନା ଅଧୀନ ସତ୍ୟବିହାର ଅଞ୍ଚଳରେ ୪ଟି କୁକୁର ଛୁଆ ଉପରେ କାର୍‍ ଚଢ଼ାଇଦେଲା ଗାଡ଼ି ଡ୍ରାଇଭର। ଫଳରେ ୪ଟିଯାକ କୁକୁର ଛୁଆ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ତେବେ ଛୁଆଙ୍କୁ ହରାଇ ଦିନସାରା ବାହୁନି ହେଉଥିଲା ମା’ କୁକୁର। ଛୁଆଙ୍କ ପାଖକୁ ଯିଏ ଯାଉଛି କାମୁଡ଼ିବାକୁ ଗୋଡ଼ାଉଛି। ସେଠାରୁ କାର୍‍ ଚାଳକ ଫେରାର୍‍ ହୋଇଯିବା ପରେ ସ୍ଥାନୀୟ କିଛି ଯୁବକ ଗାଡ଼ି ନମ୍ବର ଓ ଚାଳକଙ୍କ ବିରୋଧରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ […]

ଭୁବନେଶ୍ୱର : ମଞ୍ଚେଶ୍ୱର ଥାନା ଅଧୀନ ସତ୍ୟବିହାର ଅଞ୍ଚଳରେ ୪ଟି କୁକୁର ଛୁଆ ଉପରେ କାର୍‍ ଚଢ଼ାଇଦେଲା ଗାଡ଼ି ଡ୍ରାଇଭର। ଫଳରେ ୪ଟିଯାକ କୁକୁର ଛୁଆ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ତେବେ ଛୁଆଙ୍କୁ ହରାଇ ଦିନସାରା ବାହୁନି ହେଉଥିଲା ମା’ କୁକୁର। ଛୁଆଙ୍କ ପାଖକୁ ଯିଏ ଯାଉଛି କାମୁଡ଼ିବାକୁ ଗୋଡ଼ାଉଛି। ସେଠାରୁ କାର୍‍ ଚାଳକ ଫେରାର୍‍ ହୋଇଯିବା ପରେ ସ୍ଥାନୀୟ କିଛି ଯୁବକ ଗାଡ଼ି ନମ୍ବର ଓ ଚାଳକଙ୍କ ବିରୋଧରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ନମ୍ବର ଆଧାରରେ ତଦନ୍ତ କରୁଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

About The Author: The Sakala