ଭିଜିଲାନ୍ସ ଜାଲରେ ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ରେଡ୍

ନୟାଗଡ଼: ଭିଜିଲାନ୍ସ ଜାଲରେ ନୟାଗଡର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ରେଡ୍ ଚାଲିଛି । ଭୁବନେଶ୍ବରର ୩ ଓ ପୁରୀ ଜିଲ୍ଲା ନିମାପଡ଼ାର ୨ଟି ସ୍ଥାନରେ ଚାଲିଛି ଚଢ଼ାଉ । ଭୁବନେଶ୍ୱରର ଭିମଟାଙ୍ଗୀ ଓ ରାଜାରାଣୀ କଲୋନୀରେ ଥିବା ଘର, ନିମାପଡାରେ ଥିବା ପୈତୃକ ଘର ଏବଂ ଫାର୍ମ ହାଉସରେ ଚଢାଉ ଜାରି । ରେଡରେ ୨ଜଣ ଡିଏସପି ଏବଂ ୬ ଜଣ […]

ନୟାଗଡ଼: ଭିଜିଲାନ୍ସ ଜାଲରେ ନୟାଗଡର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ରେଡ୍ ଚାଲିଛି । ଭୁବନେଶ୍ବରର ୩ ଓ ପୁରୀ ଜିଲ୍ଲା ନିମାପଡ଼ାର ୨ଟି ସ୍ଥାନରେ ଚାଲିଛି ଚଢ଼ାଉ । ଭୁବନେଶ୍ୱରର ଭିମଟାଙ୍ଗୀ ଓ ରାଜାରାଣୀ କଲୋନୀରେ ଥିବା ଘର, ନିମାପଡାରେ ଥିବା ପୈତୃକ ଘର ଏବଂ ଫାର୍ମ ହାଉସରେ ଚଢାଉ ଜାରି । ରେଡରେ ୨ଜଣ ଡିଏସପି ଏବଂ ୬ ଜଣ ଇନ୍ସପେକ୍ଟର ସାମିଲ ହୋଇଥିବା ନେଇ ସୂଚନା ମିଳିଛି ।

About The Author: The Sakala