ଭୁବନେଶ୍ୱରରେ ଘନ କୁହୁଡ଼ିର ରାଜ୍; ବିମାନ ଚଳାଚଳ ପ୍ରଭାବିତ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର: ଘନକୁହୁଡ଼ି ବଳୟରେ ରାଜଧାନୀ ଭୁବନେଶ୍ୱର । କୁହୁଡ଼ିର ଧଳା ଚାଦରରେ ଢାଙ୍କି ହୋଇଛି ରାଜଧାନୀ । ଅଧିକାଂଶ ସ୍ଥାନରେ ଦୃଶ୍ୟମାନ ଦୂରତା ହ୍ରାସ । ଘନ କୁହୁଡି ଯୋଗୁ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ଏପରିକି କିଛି ସ୍ଥାନରେ ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ୍ ହୋଇଛି । ଦିନ ୧୦ଟା ଯାଏ ବି ରାଜଧାନୀରୁ ହଟିନି ଘନକୁହୁଡ଼ି । ଘନ କୁହୁଡି ଯୋଗୁଁ ବିଜୁ ପଟ୍ଟନାୟକ ଏୟାର୍‌ପୋର୍ଟରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ୫ଟି ବିମାନର ଗତିପଥ ପରିବର୍ତ୍ତନ ହୋଇଛି । ୩ଟି ରାୟପୁରକୁ ଏବଂ ୨ଟି କଲିକତାକୁ ପରିବର୍ତ୍ତନ କରାଯାଇଛି । ସେଥିମଧ୍ୟରୁ ୩ଟି ବିମାନ ଦିଲ୍ଲୀରୁ ଆସୁଥିବା ବେଳେ ଗୋଟିଏ ଚେନ୍ନାଇ ଏବଂ ଗୋଟିଏ ବେଙ୍ଗାଲୁରୁରୁ ଆସୁଥିଲା । ସକାଳ ସାଢ଼େ ୬ଟା ବେଳେ ରନ୍ଓ୍ବେରେ ଦୃଶ୍ୟମାନ ୫୦ମିଟର ଥିଲା ସେଥିପାଇଁ ବିମାନ ଉଡିପାରିନଥିଲା । ବିମାନବନ୍ଦରରେ ଯାତ୍ରୀ ହନ୍ତସନ୍ତ ହୋଇଥିବା ଜଣାପଡିଛି । 

About The Author: Madhusudan Das