ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ଓମ୍ ସତ କହିଥିବା ଲାଇ ଡିଟେକ୍ସନ ଟେଷ୍ଟ ରିପୋର୍ଟରୁ ସ୍ପଷ୍ଟ, ୫/୬ ଅଭିଯୁକ୍ତ ଏବେ ବି ଫେରାର

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ମାମଲା । ଆସିଲା ସୌମ୍ୟଙ୍କ ସାଙ୍ଗ ଓମ୍‌ର ଲାଇ ଡିଟେକ୍ସନ ଟେଷ୍ଟ ରିପୋର୍ଟ । ଓମ୍ ସତ କହିଥିବା ରିପୋର୍ଟରୁ ସ୍ପଷ୍ଟ । ଏବେ ବି ଆହୁରି ୫ରୁ ୬ଜଣ ଅଭିଯୁକ୍ତ ଫେରାର ଅଛନ୍ତି । ନିର୍ଦ୍ଧାରିତ ସମୟ ମଧ୍ୟରେ ଚାର୍ଜସିଟ ଦାଖଲ ହେବ ବୋଲି କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ଫେରାର ଅଭିଯୁକ୍ତଙ୍କ ବିରୋଧରେ ୱାରେଣ୍ଟ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିବ । 

ଗତ ମେ ୭ ତାରିଖରେ ବାଲିଅନ୍ତାର ରାମଚନ୍ଦ୍ରପୁରରେ ଅଭାବନୀୟ ଘଟଣା ଘଟିଥିଲା । ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁ ଏବଂ ତାଙ୍କ ବନ୍ଧୁ ଓମ୍ ପ୍ରକାଶ ରାଉତ ବାଇକରେ ଯାଉଥିବା ବେଳେ ଏକ ସ୍କୁଟିରେ ଯାଉଥିବା ଦୁଇଜଣ ଯୁବତୀଙ୍କ ସହ ଧକ୍କା ହୋଇଥିଲା । ଯୁବତୀ ଦ୍ୱୟ ସୌମ୍ୟଙ୍କ ବିରୋଧରେ ଦୁର୍ବ୍ୟବହାର ଓ ଆକ୍ରମଣ ଉଦ୍ୟମର ଅଭିଯୋଗ ଆଣିଥିଲେ । ଏହାପରେ ପ୍ରାୟ ୪୦ ରୁ ୫୦ ଜଣ ଉତ୍ତ୍ୟକ୍ତ ଲୋକଙ୍କର ଏକ ଗୋଷ୍ଠୀ ସୌମ୍ୟଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା କରିଥିଲେ । 

About The Author: Madhusudan Das