ରାଉରକେଲା: ଜମିବାଡ଼ି ବିବାଦରୁ ଠିକାଦାରଙ୍କୁ ଗୁଳିମାଡ । ରାଉରକେଲାର ଝିରପାଣି ଅଞ୍ଚଳରେ ଜଣେ ଠିକାଦାରଙ୍କୁ ଆଜି ସକାଳୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଅଜଣା ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଠିକାଦାର ବାଞ୍ଛାନିଧି ତନ୍ତୀ(୪୫) ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଠିକାଦାରଙ୍କୁ ଇସ୍ପାତ ଜେନେରାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଝିରପାଣି ଥାନା ପୋଲିସ ଓ ଅତିରିକ୍ତ ଏସପି ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନା ଅନୁସାରେ, ଆଜି ସକାଳେ ବାଞ୍ଛାନିଧି ଶୌଚ ହେବା ପାଇଁ ନଦୀକୁ ଯାଉଥିବା ବେଳେ ତାଙ୍କ ଉପରକୁ ହୋଇଥିଲା ଗୁଳିମାଡ଼ । ତାଙ୍କର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ଆଉ ଗୋଟିଏ ଅଫୁଟା ଗୁଳିକୁ ପୁଲିସ ଜବତ କରିଛି । ଜମି ବିବାଦରୁ ଗୁଳିମାଡ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଗୁଳିମାଡ ଘଟଣାରେ ତିନି ଜଣରୁ ଅଧିକ ସମ୍ପୃକ୍ତ ଥିବା ଆହତଙ୍କ ପରିବାର ଲୋକଙ୍କ ଅଭିଯୋଗ।