ବିଳମ୍ବରେ ଅଫିସ ଆସିଲେ ବୋଲି କର୍ମଚାରୀଙ୍କୁ ଗରମ ପାଣି ଛାଟିଦେଲେ ଅଗ୍ନିଶମ ହାବିଲଦାର

ବାଙ୍ଗିରିପୋଷି: କାର୍ଯ୍ୟରତ କନଷ୍ଟେବଲଙ୍କ ଉପରକୁ ଗରମ ପାଣି ଫିଙ୍ଗିଦେଲେ ଅଗ୍ନିଶମ ହାବିଲଦାର। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ସ୍ଥିତ ଅଗ୍ନିଶମ କାର୍ଯ୍ୟାଳୟରେ ଘଟିଛି ଅଘଟଣ। ନିଜର ଜଣେ ତଳ କର୍ମଚାରୀଙ୍କ ଉପରକୁ ଫୁଟନ୍ତା ଗରମ ପାଣି ଫିଙ୍ଗି ଗୁରୁତର ଆହତ କରିଦେଲେ ଜଣେ କାର୍ଯ୍ୟରତ ଅଗ୍ନିଶମ ହାବିଲଦାର। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ଚିକିତ୍ସା ଚାଲିଛି । ସୂଚନା ମୁତାବକ, ବାଙ୍ଗିରିପୋଷି ଅଗ୍ନିଶମ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଗ୍ନିଶମ କର୍ମଚାରୀ ଦୁଷ୍ମନ୍ତ କୁମାର ଦେହୁରୀ […]

ବାଙ୍ଗିରିପୋଷି: କାର୍ଯ୍ୟରତ କନଷ୍ଟେବଲଙ୍କ ଉପରକୁ ଗରମ ପାଣି ଫିଙ୍ଗିଦେଲେ ଅଗ୍ନିଶମ ହାବିଲଦାର। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ସ୍ଥିତ ଅଗ୍ନିଶମ କାର୍ଯ୍ୟାଳୟରେ ଘଟିଛି ଅଘଟଣ। ନିଜର ଜଣେ ତଳ କର୍ମଚାରୀଙ୍କ ଉପରକୁ ଫୁଟନ୍ତା ଗରମ ପାଣି ଫିଙ୍ଗି ଗୁରୁତର ଆହତ କରିଦେଲେ ଜଣେ କାର୍ଯ୍ୟରତ ଅଗ୍ନିଶମ ହାବିଲଦାର। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ଚିକିତ୍ସା ଚାଲିଛି ।

ସୂଚନା ମୁତାବକ, ବାଙ୍ଗିରିପୋଷି ଅଗ୍ନିଶମ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଗ୍ନିଶମ କର୍ମଚାରୀ ଦୁଷ୍ମନ୍ତ କୁମାର ଦେହୁରୀ ଗତ ରବିବାର ବିଳମ୍ବିତ ସମୟରେ କାର୍ଯ୍ୟାଳୟ ପରିସରରେ ପହଂଚିଥିଲେ । ଏଥିନେଇ ସେଠାରେ କାର୍ଯରତ ହାବିଲଦାର ନୂତନ ମଲ୍ଲିକ ତାଙ୍କୁ ଗାଳିଗୁଲଜ କରିଥିଲେ । ତେବେ ଏଥିରେ ତାଙ୍କ ରାଗ ଶାନ୍ତ ନହେବାରୁ ଫୁଟିଥିବା ଗରମ ପାଣି ଆଣି ସେ ଦୁଷ୍ମନ୍ତ ଉପରକୁ ଛାଟି ଦେଇଥିଲେ । ଫଳରେ ତାଙ୍କର ଦୁଇ ଜଂଘ ଏବଂ ଗୋଡରେ ଗରମ ପାଣି ବାଜି ସେ ଗୁରୁତର ଆହତ ହୋଇଥିଲେ । ରାତିରେ ଘଟଣା ଘଟିଥିଲେ ମଧ୍ୟ ତାଙ୍କୁ ସକାଳୁ ସାଥି କର୍ମଚାରୀମାନେ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ତେବେ ସେଠାରୁ ତାଙ୍କୁ ବାରିପଦା ପିଆରଏମ ମେଡିକାଲକୁ ପଠାଇ ଦିଆ ଆଯାଇଛି ।

About The Author: The Sakala