ଅଡୁଆରେ ସାଂସଦ ଭର୍ତ୍ତୃହରି: ବୋହୂ ଆଣିଲେ ଯୌତୁକ ନିର୍ଯାତନା ଅଭିଯୋଗ, ଯୌତୁକ ବାବଦକୁ ଦେଇଥିଲେ ୨.୫ କୋଟି ଟଙ୍କା

ଭୁବନେଶ୍ବର: ଅଡୁଆରେ ସାଂସଦ ଭର୍ତ୍ତୃହରି । ଭର୍ତ୍ତୃହରିଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ । ଅଭିଯୋଗ ଆଣିଛନ୍ତି ବୋହୂ ସାକ୍ଷୀ । ଏ ନେଇ ମଧ୍ଯପ୍ରଦେଶର ଭୋପାଳ ଥାନାରେ ଅଭିଯୋଗ କରିଛନ୍ତି ବୋହୂ ସାକ୍ଷୀ । ସ୍ବାମୀ ଲୋକରଞ୍ଜନ ମହତାବ, ଶାଶୂ ମହାଶ୍ବେତା ମହତାବ ଓ ଶ୍ବଶୂର ସାଂସଦ ଭର୍ତ୍ତୃହରିଙ୍କ ନାଁରେ ଅଭିଯୋଗ ହୋଇଛି।   ବୋହୂଙ୍କ ଅଭିଯୋଗ ଅନୁଯାୟୀ, ୨୦୧୬ ମସିହାରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ପୁଅ ଲୋକରଞ୍ଜନଙ୍କୁ ବିବାହ କରିଥିଲେ। ବାହାଘରେ ସମୟରେ ଯୌତୁକ […]

ଭୁବନେଶ୍ବର: ଅଡୁଆରେ ସାଂସଦ ଭର୍ତ୍ତୃହରି । ଭର୍ତ୍ତୃହରିଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ । ଅଭିଯୋଗ ଆଣିଛନ୍ତି ବୋହୂ ସାକ୍ଷୀ । ଏ ନେଇ ମଧ୍ଯପ୍ରଦେଶର ଭୋପାଳ ଥାନାରେ ଅଭିଯୋଗ କରିଛନ୍ତି ବୋହୂ ସାକ୍ଷୀ । ସ୍ବାମୀ ଲୋକରଞ୍ଜନ ମହତାବ, ଶାଶୂ ମହାଶ୍ବେତା ମହତାବ ଓ ଶ୍ବଶୂର ସାଂସଦ ଭର୍ତ୍ତୃହରିଙ୍କ ନାଁରେ ଅଭିଯୋଗ ହୋଇଛି।

 

ବୋହୂଙ୍କ ଅଭିଯୋଗ ଅନୁଯାୟୀ, ୨୦୧୬ ମସିହାରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ପୁଅ ଲୋକରଞ୍ଜନଙ୍କୁ ବିବାହ କରିଥିଲେ। ବାହାଘରେ ସମୟରେ ଯୌତୁକ ବାବଦକୁ ୨.୫ କୋଟି ଟଙ୍କା ଦେଇଥିଲେ ସାକ୍ଷୀଙ୍କ ପରିବାର । ହେଲେ ଭର୍ତ୍ତୃହରିଙ୍କ ପରିବାରଙ୍କ ପକ୍ଷରୁ ଅଧିକ ଯୌତୁକ ଦାବି କରାଯାଉଥିଲା।  ସାକ୍ଷୀଙ୍କୁ କଟକ ବାସଭବନ ସିଡି ଘରେ ରଖିଥିଲେ । ଏଥିସହ ଅକଥନୀୟ ନିର୍ଯାତନା ଦେଉଥିବା କଥା ବୋହୂ ସାକ୍ଷୀ କହିଛନ୍ତି ।

ଅଭିଯୋଗ ଅନୁଯାୟୀ, ଶାଶୂ ଘରେ ପହଞ୍ଚିବା ପରେ ସାକ୍ଷୀଙ୍କୁ ହଇରାଣ କରିବା ଆରମ୍ଭ କରିଥିଲେ ଭର୍ତ୍ତୃହରିଙ୍କ ପରିବାରଲୋକେ। ଅନେକ ଥର ଆଲୋଚନା ମଧ୍ଯରେ ସବୁ ଜିନିଷ ଠିକ୍ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ଯ ସ୍ଥିତି ସୁଧୁରି ନ ଥିଲା । ନିର୍ଯାତନା ଅସହ୍ଯ ହେବାରୁ ବୋହୂ ସାକ୍ଷୀ ବିବାହର କଛି ଦିନ ପରେ ତାଙ୍କ ନିଜଘର ଭୋପାଳରେ  ଆସି ରହୁଥିଲେ। ଏହା ପରେ ମଧ୍ୟ ନିର୍ଯାତନା ବନ୍ଦ ହୋଇ ନ ଥିଲା । ସେ କୋର୍ଟରେ ଆଶ୍ରୟ ନେଇଥିଲେ। କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ଦମ୍ପତ୍ତ ଏକାଠି ରହିବେ ବୋଲି। ହେଲେ  ସାକ୍ଷୀ ତାଙ୍କ ଶାଶୂ ଘରେ ପହଞ୍ଚିବା ମାତ୍ରେ ତାଙ୍କୁ ଫେରାଇ ଦିଆଯାଇଥିଲା। ଏହା ବ୍ୟତୀତ ଯେତେବେଳେ ସେ ଦିଲ୍ଲୀରେ ସାଂସଦ ଶ୍ୱଶୂରଙ୍କ ସରକାରୀ ବାସଭବନ ପହଞ୍ଚିଥିଲେ ତାଙ୍କୁ ଗେଟ ପାଖରୁ ଫେରାଇ ଦିଆଯାଇଥିଲା।

 

About The Author: The Sakala