ବାତ୍ୟା 'ଅକୱାନ' ପ୍ରଭାବରେ ଭଦ୍ରକ ଜିଲ୍ଲାରେ ଫେରି ଓ ପର୍ଯ୍ୟଟକ ଡଙ୍ଗା ଚଳାଚଳ ସ୍ଥଗିତ

ଭଦ୍ରକ: ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା 'ଅକୱାନ' ଯୋଗୁଁ ଜନଜୀବନ ଓ ସମ୍ପତ୍ତି ପ୍ରତି ବିପଦ ଆଶଙ୍କାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ କ୍ରମେ ୧୯ ଏବଂ ୨୦ ତାରିଖ  ଦୁଇ ଦିନ ପାଇଁ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ, ଜିଲ୍ଲାର ସମସ୍ତ ନଦୀ ଓ ଜଳାଶୟରେ ଫେରି ସେବା ଏବଂ ପର୍ଯ୍ୟଟକ ଡଙ୍ଗା ଚଳାଚଳ ସମ୍ପୂର୍ଣ୍ଣ ସ୍ଥଗିତ ରଖାଯାଇଛି।

ଏହି ଅବଧି ମଧ୍ୟରେ କୌଣସି ଅନଧିକୃତ ଡଙ୍ଗା ବା ଫେରି ଚଳାଚଳ ନ ହେବା ପାଇଁ ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ଫେରି ଘାଟ ଓ ସମ୍ପୃକ୍ତ ଅଞ୍ଚଳରେ ନିୟମିତ ତଦାରଖ କରାଯିବ। ବିଡ଼ିଓମାନେ ସ୍ଥାନୀୟ ସ୍ତରରେ ବ୍ୟାପକ ପ୍ରଚାର ମାଧ୍ୟମରେ ଯାତ୍ରୀ, ପର୍ଯ୍ୟଟକ ଓ ଗ୍ରାମବାସୀଙ୍କୁ ସୂଚନା ପ୍ରଦାନ କରିବେ।

ତହସିଲଦାର, ବିଡ଼ିଓ, ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ପୋଲିସ ଅଧିକାରୀମାନେ ନିଜ ନିଜ ଅଞ୍ଚଳରେ ଏହି ନିର୍ଦ୍ଦେଶର କଡ଼ା ପାଳନ ସୁନିଶ୍ଚିତ କରିବେ। ନିର୍ଦ୍ଦେଶ ଉଲ୍ଲଂଘନ କଲେ ଦୋଷୀଙ୍କ ବିରୁଦ୍ଧରେ ନିୟମ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଜାରି ଏହି ନିର୍ଦ୍ଦେଶକୁ ଅତ୍ୟନ୍ତ ଜରୁରୀ ଭାବେ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

About The Author: Madhusudan Das