ରାଉରକେଲା ପୋଲିସ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ରାଉରକେଲା: ରାଉରକେଲା ପୋଲିସ ନିକଟରେ ମହିଳା ମାଓବାଦୀ ମୋଙ୍ଗଡି ହୋନହାଗା ଆତ୍ମସମର୍ପଣ କରିଛନ୍ତି । କୁଖ୍ୟାତ ମାଓବାଦୀ ଅନମୋଲ ଟିମରେ ଗତ ଦୁଇବର୍ଷ ହେଲା କାର୍ଯ୍ୟ କରୁଥିଲେ ୧୯ ବର୍ଷୀୟା ମୋଙ୍ଗଡି ହୋନହାଗ। ପଥର ଖଣିରୁ ବିସ୍ଫୋରକ ସାମଗ୍ରୀ ଲୁଟ ଲ୍ୟାଣ୍ଡମାଇନ ବିସ୍ଫୋରଣ ସହ ବିଭିନ୍ନ ମାଓ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ। ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ଛୋଟନାଗରା ଥାନା ହୋଲମୁଲି ଗ୍ରାମର ମୁଳଵାସିନ୍ଦା ମାଓବାଦୀ  ମୋଙ୍ଗଡି ହୋନହାଗା ଓଡିଶା ଓ ଝାଡ଼ଖଣ୍ଡରେ ମାଓ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ। ପଶ୍ଚିମାଞ୍ଚଳ ପୋଲିସ ଡ଼ିଆଇଜି ଓ ରାଉରକେଲା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ମୋଙ୍ଗଡି ।

About The Author: Madhusudan Das