ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାପା ମୃତ, ପୁଅ ଗୁରୁତର

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ହିଞ୍ଜିଳି ଥାନା ଅନ୍ତର୍ଗତ ଆଡ଼ପଡା ଗ୍ରାମରେ ପଦର କାମ କରୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାପାଙ୍କର ମୃତ୍ଯୁ ଘଟିଥିବା ବେଳେ ପୁଅ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ଜଣକ ହେଲେ କୋରା ବେହେରା । ଗୁରୁତର ଯୁବକ ହେଉଛନ୍ତି ତୋଫାନ ବେହେରା । ସୂଚନା ଅନୁଯାୟୀ, ଉଭୟ ବାଆ-ପୁଅ ସକାଳ ସମୟେ ଗାଁ ପଦର କାମରେ ଯାଇଥିବା ବେଳେ ପାଣି ପମ୍ପ ଚଳାଇ କାମ କରୁଥିଲେ। […]

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ହିଞ୍ଜିଳି ଥାନା ଅନ୍ତର୍ଗତ ଆଡ଼ପଡା ଗ୍ରାମରେ ପଦର କାମ କରୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାପାଙ୍କର ମୃତ୍ଯୁ ଘଟିଥିବା ବେଳେ ପୁଅ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ଜଣକ ହେଲେ କୋରା ବେହେରା । ଗୁରୁତର ଯୁବକ ହେଉଛନ୍ତି ତୋଫାନ ବେହେରା ।

ସୂଚନା ଅନୁଯାୟୀ, ଉଭୟ ବାଆ-ପୁଅ ସକାଳ ସମୟେ ଗାଁ ପଦର କାମରେ ଯାଇଥିବା ବେଳେ ପାଣି ପମ୍ପ ଚଳାଇ କାମ କରୁଥିଲେ। ଏହି ସମୟରେ ବିଦ୍ୟୁତ ତାର ଛିଣ୍ଡି ବାପା କୋରା ବେହେରାଙ୍କ ଉପରେ ପଡିଥିବଲା।  ଘଟଣା ସ୍ଥଳରେ ବାପାଙ୍କ ମୃତ୍ୟୁ ଘଟିଥିଲା । ବାପାଙ୍କୁ ଉଦ୍ଧାର କରିବାକୁ ଯାଇ ପୁଅ ମଧ୍ୟ ଗୁରୁତର ହୋଇଥିଲେ। ଗ୍ରାମବାସୀ ଉଦ୍ଧାର କରି ନିକଟସ୍ଥ ଆଡ଼ପଡା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ବାପା କୋରାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପୁଅର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

About The Author: The Sakala