ଟାଙ୍ଗି: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷୀ ମୃତ । ପାଣି ମୋଟରରେ ବିଦ୍ୟୁତ ତାର ସଂଯୋଗ ବେଳେ ଚାଲିଗଲା ଚାଷୀଙ୍କର ଜୀବନ । ମୃତ ଚାଷୀଙ୍କର ନାମ ସଂଜୟ କୁମାର ପରିଡା (ବୟସ 49 ବର୍ଷ) । ଘର ଚାନ୍ଦପୁର ଥାନା ଚମ୍ପାଗଡ଼ ଗ୍ରାମରେ ବୋଲି ଜଣା ପଡିଛି । ସଂଜୟ ପରିଡା ନିଜ ଘର ବାଡ଼ି ପଟେ ପାଣି ମୋଟରରେ ବିଦ୍ୟୁତ ତାର ସଂଯୋଗ କରୁଥିବା ବେଳେ ବାତ୍ୟା ଯୋଗୁଁ ବାଡ଼ି ଓଦା ଥିଲା । ତେଣୁ ବିଦ୍ୟୁତ ସର୍ଟ ସର୍କିଟ ହୋଇଥିଲା । ଫଳରେ ସଂଜୟ ସେଠାରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ । ପରିବାର ଲୋକେ ସଞ୍ଜୟଙ୍କୁ ଉଦ୍ଧାର କରି ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମେଡିକାଲରେ ଡାକ୍ତର ସଞ୍ଜୟଙ୍କୁ ମୃତ ଘୋଷଣା କରିଛନ୍ତି ।
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଚାଷୀଙ୍କ ଜୀବନ
ଟାଙ୍ଗି: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷୀ ମୃତ । ପାଣି ମୋଟରରେ ବିଦ୍ୟୁତ ତାର ସଂଯୋଗ ବେଳେ ଚାଲିଗଲା ଚାଷୀଙ୍କର ଜୀବନ । ମୃତ ଚାଷୀଙ୍କର ନାମ ସଂଜୟ କୁମାର ପରିଡା (ବୟସ 49 ବର୍ଷ) । ଘର ଚାନ୍ଦପୁର ଥାନା ଚମ୍ପାଗଡ଼ ଗ୍ରାମରେ ବୋଲି ଜଣା ପଡିଛି । ସଂଜୟ ପରିଡା ନିଜ ଘର ବାଡ଼ି ପଟେ ପାଣି ମୋଟରରେ ବିଦ୍ୟୁତ ତାର ସଂଯୋଗ କରୁଥିବା ବେଳେ ବାତ୍ୟା ଯୋଗୁଁ ବାଡ଼ି ଓଦା ଥିଲା […]