ନିଜକୁ ପୋଲିସ କହି ଲୋକଙ୍କୁ ଲଗାଉଥଲା ଚୂନ, ବାନ୍ଧିଲା ଅସଲି ପୋଲିସ

ଭୁବନେଶ୍ୱର: ନକଲି ପୋଲିସର କାରନାମାକୁ ନେଇ ରାଜଧାନୀରେ ଚାଞ୍ଚଲ୍ୟ । ଖାକି ପିନ୍ଧି କରିତକର୍ମା ଜଣଙ୍କ ଚଳାଇଥିଲେ କାରନାମା । ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ । ନିଜକୁ ପୋଲିସ କହି ଲୋକଙ୍କୁ ଲଗାଉଥଲା ଚୂନ। ଓଡ଼ିଶା ଫାୟାର ସର୍ଭିସର ଫେକ୍ ଆଇ କାର୍ଡ ବନାଇବା ସହ ଗାଡ଼ିରେ ପୋଲିସ୍ ଲୋଗୋ ଲଗାଇ ବୁଲୁଥିଲା ସହରରୁ ସହର। ପୋଲିସ ପରିଚୟ ଦେଇ ଟୋଲ୍ ଗେଟ୍ ରେ ପାରି ହେଉଥିଲା। ଡମଣା ଛକରେ ବ୍ଲକିଂ ବେଳେ ଧରା ପଡ଼ିଗଲା ନକଲି ପୋଲିସ। ସୋସିଆଲ ମିଡିଆରେ ପୋଲିସ ୟୁନିଫର୍ମ ପିନ୍ଧି ଦେଖାଉଥିଲା ପତିଆରା। ଅଭିଯୁକ୍ତ ଆଦିତ୍ୟ ସେଠୀକୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ। ଏନେଇ ପ୍ରେସ ମିଟ କରି ସୂଚନା ଦେଇଛନ୍ତି ଜୋନ୍ ୬ ଏସିପି ମାନସ ରଞ୍ଜନ ପ୍ରଧାନ। 

About The Author: Madhusudan Das