ବଢିଲା BSKY- ନବୀନ କାର୍ଡର ପଞ୍ଜିକରଣ ଅବଧି, ଜାନୁଆରୀ ୨୬ ପର୍ଯ୍ୟନ୍ତ କରିପାରିବେ ଆବେଦନ

ଭୁବନେଶ୍ବର: ବଢିଲା BSKY- ନବୀନ କାର୍ଡ ପଞ୍ଜିକରଣ ଅବଧି । ଜାନୁଆରୀ ୨୬ ପର୍ଯ୍ୟନ୍ତ କରିପାରିବେ ଆବେଦନ । ପୂର୍ବରୁ ଜାନୁଆରୀ ୧୬ ଥିଲା ପଞ୍ଜୀକରଣର ଶେଷ ତାରିଖ । ଜାନୁଆରୀ ୬ରୁ ଆରମ୍ଭ ହୋଇଛି ପଞ୍ଜିକରଣ । ଅବଧି ବୃଦ୍ଧି ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।  ସମୟ ବୃଦ୍ଧି ନେଇ ଲୋକଙ୍କ ଠାରୁ ପ୍ରସ୍ତାବ ମିଳିଥିଲା। BSKY ଯୋଜନାର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ BSKYରୁ ବଞ୍ଚିତ […]

ଭୁବନେଶ୍ବର: ବଢିଲା BSKY- ନବୀନ କାର୍ଡ ପଞ୍ଜିକରଣ ଅବଧି । ଜାନୁଆରୀ ୨୬ ପର୍ଯ୍ୟନ୍ତ କରିପାରିବେ ଆବେଦନ । ପୂର୍ବରୁ ଜାନୁଆରୀ ୧୬ ଥିଲା ପଞ୍ଜୀକରଣର ଶେଷ ତାରିଖ । ଜାନୁଆରୀ ୬ରୁ ଆରମ୍ଭ ହୋଇଛି ପଞ୍ଜିକରଣ । ଅବଧି ବୃଦ୍ଧି ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।  ସମୟ ବୃଦ୍ଧି ନେଇ ଲୋକଙ୍କ ଠାରୁ ପ୍ରସ୍ତାବ ମିଳିଥିଲା।

BSKY ଯୋଜନାର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ BSKYରୁ ବଞ୍ଚିତ ହୋଇଥିବା ଗ୍ରାମାଞ୍ଚଳର ଲୋକଙ୍କୁ ଜଟିଳ ରୋଗ ପାଇଁ ଘରୋଇ ହସ୍‌ପିଟାଲ ଗୁଡିକରେ କ୍ୟାସଲେସ୍‌ ସୁବିଧା ଯୋଗାଇ ଦିଆଯିବ। ଏହି ପର୍ଯ୍ୟାୟରେ କେବଳ ସରକାରୀ କର୍ମଚାରୀ ଏବଂ ଆୟକରଦାତା ମାନଙ୍କୁ ବାଦ୍‌ ଦେଇ ଗ୍ରାମାଞ୍ଚଳର ସବୁ ପରିବାର, ଯେଉଁମାନେ ବର୍ତ୍ତମାନ BSKY ଯୋଜନା ଅଧୀନରେ ନାହାନ୍ତି, ସେମାନେ ଆମର ଏହି ନୂଆ ଯୋଜନାରେ ସାମିଲ ହେବେ। ସେମାନେ ସମସ୍ତେ ଆମର ନୂଆ BSKY-ନବୀନ କାର୍ଡ ପାଇବେ। ସେମାନେ ମଧ୍ୟ ଉଭୟ  ରାଜ୍ୟ ଭିତରେ ଓ ବାହାରେ ସବୁ ପଞ୍ଜିକୃତ  ଘରୋଇ ହସ୍‌ପିଟାଲ ଗୁଡିକରେ ନିର୍ଦ୍ଧାରିତ ଜଟିଳ ରୋଗ ଗୁଡିକର ଚିକିତ୍ସା ସୁବିଧା ପାଇବେ।

ଏହି ତୃତୀୟ ପର୍ଯ୍ୟାୟ ସଂପ୍ରସାରଣରେ ରାଜ୍ୟର ୧ କୋଟି ୧୦ ଲକ୍ଷରୁ ଅଧିକ ପରିବାର, ଯାହାକି ଆମ ଲୋକସଂଖ୍ୟାର ପ୍ରାୟ ୯୦ ପ୍ରତିଶତ ଅଟେ। ସେମାନେ ସମସ୍ତେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ – ନବୀନ କାର୍ଡ ଜରିଆରେ ଉତ୍ତମ ଚିକିତ୍ସା ସୁବିଧା ପାଇବେ । BSKY-Naveen card ଦ୍ବାରା ଓଡିଶାର କୌଣସି ପରିବାର ଆର୍ଥିକ ଦୁରାବସ୍ଥା କାରଣରୁ ଜଟିଳ ରୋଗ ଗୁଡିକର ଚିକିତ୍ସା କ୍ଷେତ୍ରରେ କୋଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।  ଏଥିପାଇଁ ଚିକିତ୍ସାର ସମସ୍ତ ଖର୍ଚ୍ଚ ଓଡିଶା ସରକାର ନିଜ  ପାଣ୍ଠିରୁ ବହନ କରିବେ।

About The Author: The Sakala