ଭୁବନେଶ୍ବର ଏମସ୍‌ରେ ମାଗଣାରେ ମିଳିବ ବ୍ୟୟବହୁଳ ଇକ୍‌ମୋ ଚିକିତ୍ସା

ଭୁବନେଶ୍ବର : ଗରିବ ଲୋକଙ୍କୁ ଭୁବନେଶ୍ୱର ଏମସ୍‌ରେ  ଏଣିକି ମାଗଣା ଇକମୋ ଚିକିତ୍ସା ମାଗଣା ଦିଆଯିବ । ଏହି ପରିପ୍ରେକ୍ଷୀରେ ରାସନ କାର୍ଡ ଧାରୀ ଏବଂ ଗରିବ ଲୋକମାନଙ୍କୁ ମାଗଣାରେ ଯୋଗାଇ ଦିଆଯିବ ଏହି ଚିକିତ୍ସା । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମସ୍‌ ଅଧିକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି । ଏମ୍‌ସ ଅଧୀକ୍ଷକଙ୍କ କହିବା ଅନୁସାରେ କୌଣସି ଗରିବ ଲୋକ ପାଇଁ ଇକମୋ ଚିକିତ୍ସା ଦରକାର ହେଲେ ଆବଶ୍ୟକ କାଗଜପତ୍ର ଦେଖାଇଲେ ସମ୍ପୂର୍ଣ୍ଣ ମାଗଣା ଚିକି କରାଯିବ। ତେବେ […]

ଭୁବନେଶ୍ବର : ଗରିବ ଲୋକଙ୍କୁ ଭୁବନେଶ୍ୱର ଏମସ୍‌ରେ  ଏଣିକି ମାଗଣା ଇକମୋ ଚିକିତ୍ସା ମାଗଣା ଦିଆଯିବ । ଏହି ପରିପ୍ରେକ୍ଷୀରେ ରାସନ କାର୍ଡ ଧାରୀ ଏବଂ ଗରିବ ଲୋକମାନଙ୍କୁ ମାଗଣାରେ ଯୋଗାଇ ଦିଆଯିବ ଏହି ଚିକିତ୍ସା । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମସ୍‌ ଅଧିକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି । ଏମ୍‌ସ ଅଧୀକ୍ଷକଙ୍କ କହିବା ଅନୁସାରେ କୌଣସି ଗରିବ ଲୋକ ପାଇଁ ଇକମୋ ଚିକିତ୍ସା ଦରକାର ହେଲେ ଆବଶ୍ୟକ କାଗଜପତ୍ର ଦେଖାଇଲେ ସମ୍ପୂର୍ଣ୍ଣ ମାଗଣା ଚିକି କରାଯିବ। ତେବେ ଗତ ଜୁଲାଇ ୧୫ ତାରିଖରୁ ଇକମୋ ମେସିନ୍ କାର୍ଯ୍ୟକ୍ଷମ କରାଯାଇଛି ।

ସୂଚନାଯୋଗ୍ୟ ରାଜ୍ୟରେ କରୋନାର ଦ୍ବିତୀୟ ଲହର ସମୟରେ ଗୁରୁତର ହେଉଥିବା ରୋଗୀଙ୍କ ପାଇଁ ବ୍ୟୟବହୁଳ ଇକ୍‌ମୋ ଚିକିତ୍ସା ଆବଶ୍ୟକ ହେଉଥିଲା। ଯେଉଁଥିପାଇଁ ଓଡ଼ିଶାରୁ ବହୁ ଗୁରୁତର ରୋଗୀ କୋଲକାତା, ଚେନ୍ନାଇ ପରି ସହରରେ ଥିବା ମେଡିକାଲ୍‌କୁ ଏୟାଲିଫ୍ଟି ହୋଇଥିଲେ। ରାଜ୍ୟରେ ଆବଶ୍ୟକତା ଦେଖି ସରକାର ଏସ୍‌ସିବି ବଡ଼ ମେଡିକାଲ୍‌, କ୍ୟାପିଟାଲ ମେଡିକାଲ୍‌ରେ ଇକ୍‌ମୋ ମେସିନ୍‌ ଇନ୍‌ଷ୍ଟଲ କରିଥିଲେ। ସେହିପରି ଏମ୍‌ସରେ ମଧ୍ୟ ଇକ୍‌ମୋ ମେସିନ୍‌ ଲାଗିଥିଲା। ଏହାଦ୍ୱାରା ଲାଇଫ୍‌ ସପୋଟ୍‌ ଆବଶ୍ୟକ ହେଉଥିବା ରୋଗୀଙ୍କୁ ଆଉ ବ୍ୟୟବହୁ ଏୟାଏଫ୍ଟି କରିବାକୁ ପଡ଼ିବ ନାହିଁ ।

ସୂଚନା ଅନୁସାରେ ଏସ୍‌ସିବିରେ ୯ଟି ଇକ୍‌ମୋ ମେସିନ ଇନଷ୍ଟଲ ହୋଇଛି। ଆବଶ୍ୟକ ମାନବ ସମ୍ବଳ ମଧ୍ୟ ନିଯୁକ୍ତ ହୋଇସାରିଛନ୍ତି । ଗୋଟିଏ ବ୍ୟାଚ୍ କୋଲକାତାରୁ ପ୍ରଶିକ୍ଷଣ ନେଇ ଫେରିଛନ୍ତି । ଇକ୍‌ମୋ ପାଇଁ ଏସ୍‌ସିବିରେ ୨ଟି ୟୁନିଟ୍ କରାଯାଇଛି । ପ୍ରଥମ ୟୁନିଟ୍‌ରେ ୬ଟି ଓ ଦ୍ୱିତୀୟ ୟୁନିଟ୍‌ରେ ୩ଟି ମେସିନ ରହିବ। ଦ୍ୱିତୀୟ ୟୁନିଟ୍‌ରେ ୩ଟି ମେସିନ କୋଭିଡ୍ ରୋଗୀଙ୍କୁ ସେବା ଦେବ। ତେବେ କୋଭିଡ୍ ପରବର୍ତ୍ତୀ ଜଟିଳତା ପାଇଁ ଅନ୍ୟ ୬ଟି ମେସିନ ରହିବ।

 

About The Author: The Sakala