ଭୁବନେଶ୍ବର: ଯେକୌଣସି ଦଳ ହେଉ, ଯେଉଁମାନେ ମହିଳା ପ୍ରସଙ୍ଗରେ ବିଜେପି ସରକାର ବିରୁଦ୍ଧରେ ଲଢିବ ସେମାନଙ୍କ ପ୍ରତି ବିଜେଡ଼ିର ନୈତିକ ସମର୍ଥନ ରହିବ। ପୀଡିତାଙ୍କ ଅଭିଯୋଗକୁ ସମସ୍ତେ ଅଣଦେଖା କଲେ। ଯେଉଁଥିପାଇଁ ସେ ଜୀବନ ହାରିଲା। ଏହା ଜନତାଙ୍କ ପ୍ରତିକ୍ରିୟା। ଆମେ ମଧ୍ୟ ଗତକାଲି ଲୋକସେବା ଭବନ ଘେରାଉ କରିଥିଲୁ। ବିଜେପିର ଛାତ୍ର ସଂଗଠନ ଦୁଇ ଫାଳ। ତାଙ୍କର ଅନ୍ତଃକନ୍ଦଳ ପାଇଁ ଝିଅଟିର ଜୀବନ ଚାଲିଗଲା ବୋଲି ବିଜେଡ଼ି ବିଧାୟକ ଅରୁଣ ସାହୁ କହିଛନ୍ତି।
ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାଉଣ୍ଟର କରି ଅରୁଣ କହିଛନ୍ତି ଯେ, ଆମକୁ ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ, ବିଜେପିକୁ ରଖନ୍ତୁ। ବର୍ଷକ ଭିତରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ। ବର୍ଷେ ଭିତରେ ଯେତିକି ରେକର୍ଡ଼ କରିଛନ୍ତି ଘୋଷି ମନେରଖିଲେ ଏମଏ ପାସ ହେଇଯିବେ। ରାଜ୍ୟପାଳ ପୁଅ ସରକାରୀ ଅଧିକାରୀ ମାଡ ମାରିବା, ମାଣ୍ଡିପଙ୍କା ଗାଁରେ ଅଖାଦ୍ୟ ଖାଇ ଜୀବନ ଯିବା ଯିବା, ଗୋପାଳପୁର ମହିଳା ପର୍ଯ୍ୟଟନକୁ ଧର୍ଷଣ କରିବା, ଧରାକୋଟ ଦଳିତ ଆତ୍ୟଚର ଠାରୁ ଆରମ୍ଭ କରି ବାଲେଶ୍ଵର ଘଟଣା ଯାଏ। ବିଜେପି ରେକର୍ଡ଼ କରିଛି। ଓଡ଼ିଶାରବାସୀ ମୁଁହ ବୁଲାଇଲେଣୀ। ସତ ସ୍ୱୀକାର କରନ୍ତୁ, ଇସ୍ତଫା ଦିଅନ୍ତୁ। କ୍ଷମା ମାଗନ୍ତୁ ବୋଲି ଅରୁଣ କହିଛନ୍ତି।