ବଗିକୁ ଛାଡି ୫୦୦ମିଟର ଆଗକୁ ପଳାଇଲା ହାୱଡ଼ା-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସର ଇଞ୍ଜିନ

ଜଳେଶ୍ବର: ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଗଲା ହାୱଡ଼ା-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ । ବଗିକୁ ଛାଡି ଟ୍ରେନ ପଳାଇଲା ୫୦୦ମିଟର । ଶନିବାର ବିଳମ୍ବିତ ରାତିରେ ଏହା ପୁରୀ ଅଭିମୁଖେ ଆସୁଥିବା ବେଳେ ପଶ୍ଚିମବଙ୍ଗର ମେଦିନାପୁର ଜିଲ୍ଲାର ନେକୁରସୁଣୀ ଷ୍ଟେସନ ନିକଟରେ ଏଥିରୁ କିଛି ବଗି ଅଲଗା ହୋଇଯାଇଥିଲା। ପ୍ରାୟ ୫୦୦ ମିଟର ଦୂରରେ ଯାଇ ଇଞ୍ଜିନଟି ଅଟକି ଥିଲା। ଘଟଣା ସ୍ଥଳରେ ରେଳ ବିଭାଗ ପହଞ୍ଚି ମରାମତି କରିଥିଲା । ଟ୍ରେନ ସହ ବଗି ସଂଯୋଗ ପରେ […]

ଜଳେଶ୍ବର: ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଗଲା ହାୱଡ଼ା-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ । ବଗିକୁ ଛାଡି ଟ୍ରେନ ପଳାଇଲା ୫୦୦ମିଟର । ଶନିବାର ବିଳମ୍ବିତ ରାତିରେ ଏହା ପୁରୀ ଅଭିମୁଖେ ଆସୁଥିବା ବେଳେ ପଶ୍ଚିମବଙ୍ଗର ମେଦିନାପୁର ଜିଲ୍ଲାର ନେକୁରସୁଣୀ ଷ୍ଟେସନ ନିକଟରେ ଏଥିରୁ କିଛି ବଗି ଅଲଗା ହୋଇଯାଇଥିଲା। ପ୍ରାୟ ୫୦୦ ମିଟର ଦୂରରେ ଯାଇ ଇଞ୍ଜିନଟି ଅଟକି ଥିଲା। ଘଟଣା ସ୍ଥଳରେ ରେଳ ବିଭାଗ ପହଞ୍ଚି ମରାମତି କରିଥିଲା । ଟ୍ରେନ ସହ ବଗି ସଂଯୋଗ ପରେ ୫ ଘଣ୍ଟା ବିଳମ୍ବରେ ଛାଡିଲା ଟ୍ରେନ। ଅଘଟଣ ସତ୍ତ୍ବେ ଯାତ୍ରୀ ସୁରକ୍ଷିତ ଥିବା ସୂଚନା। ଷ୍ଟେସନ ପାଖାପାଖି ଥିବାରୁ ଟ୍ରେନର ଗତି ମନ୍ଥର ଥିବାରୁ ଏକ ବଡ଼ ଅଘଟଣ ଟଳିଗଲା ବୋଲି କୁହାଯାଉଛି। ତେବେ କେମିତି ଏମିତି ଏକ ଘଟଣା ଘଟିଲା, ତାହା ଜଣାପଡ଼ିନି।

About The Author: The Sakala