ଭୁବନେଶ୍ୱର: ପୋଲିସ SI ପରୀକ୍ଷା ସ୍କାମ୍ ର ବଡ଼ ଅପଡେଟ। ସିବିଆଇ ପରେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଥା ED ପକ୍ଷରୁ ତଦନ୍ତ ଆରମ୍ଭ । ୯ଟି ସ୍ଥାନରେ ଚାଲିଛି ରେଡ୍ । SI ସ୍କାମ ରେ ଗିରଫ ହୋଇ ଜେଲ୍ ରେ ଥିବା ଅଭିଯୁକ୍ତଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ଼ । ଦଲାଲ ମୁନା ମହାନ୍ତିଙ୍କ କଳାପଥରବ ସ୍ଥିତ ଘର, ପଞ୍ଚସଫ୍ଟ କମ୍ପାନୀ, ଶଙ୍କର ପୃଷ୍ଟିଙ୍କ ବିଭିନ୍ନ ସ୍ଥାନ, ସିଲିକନ୍ ଟେକ୍ ର ସୁରେଶ ନାୟକଙ୍କ ଘରେ ମଧ୍ୟ ଚାଲିଛି ରେଡ୍ । ମୋଟ ୯ଟି ସ୍ଥାନରେ ରେଡ୍ କରୁଛି ଇଡି । ଏହି ମାମଲାରେ ସିବିଆଇ ତଦନ୍ତ କରିବା ସହ ଏକାଧିକ ଲୋକଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଛି । ମାମଲାରେ କୋଟି କୋଟି ଟଙ୍କା କାରବାର ହୋଇଥିବା ସାମ୍ନାକୁ ଆସିବା ପରେ ଇଡି ପକ୍ଷରୁ ରେଡ୍ କରାଯାଉଛି ।