ଭୁବନେଶ୍ୱର: ଦଶହରାରେ ଜୋରଦାର ହେବ ଡ୍ରଙ୍କ ଆଣ୍ଡ ଡ୍ରାଇଭ ଅଭିଯାନ । ମଦୁଆ ଡ୍ରାଇଭରଙ୍କୁ ସହରରେ ମିଳିବନି ତ୍ରାହି । ଛକ ବଜାରରେ ମଦ୍ୟପ ଡ୍ରାଇଭରଙ୍କ ଉପରେ ରହିବ ନଜର। ଦଶହରା ପାଇଁ ଟ୍ରାଫିକ ଦାୟିତ୍ୱରେ ୭୩ ଅଫିସରଙ୍କ ସହ ୧୫ ପ୍ଲାଟୁନ ଫୋର୍ସ ଭୁବନେଶ୍ୱରରେ ମୁତୟନ ହେବେ । ରାଜଧାନୀ ଭୁବନେଶ୍ୱରରେ ଦୁର୍ଘଟଣା ରୋକିବାକୁ ଟ୍ରାଫିକ୍ ପୋଲିସର ସ୍ୱତନ୍ତ୍ର ପ୍ରସ୍ତୁତି । ପାର୍ବଣ ସମୟରେ ଟ୍ରାଫିକ୍ ପରିଚାଳନା ଓ ଭିଡ଼ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଉଛି ।
ଦୁର୍ଘଟଣା ରୋକିବା ସହ ଟ୍ରାଫିକ ନିୟନ୍ତ୍ରଣ ବଡ଼ ଚ୍ୟାଲେଞ୍ଜ ହୋଇଥିବା ବେଳେ ଏହାକୁ ରୋକିବାକୁ ତିଆରି ହୋଇଛି ବ୍ଲୁ ପ୍ରିଣ୍ଟ। ଭିଡ଼ ନିୟନ୍ତ୍ରଣ ସହ ଦ୍ରୁତ ଗତିରେ ଗାଡି ଚାଳନା ଉପରେ ରହିବ ନଜର । ଭିଡ଼ ଭିତରେ ଟ୍ରାଫିକ ଖିଲାପକାରୀଙ୍କ ଉପରେ ରହିବ ନଜର। ବେପରୁଆ ଗାଡି ଚାଳନା କଲେ ଆଇନ ଅନୁଯାୟୀ ହେବ କାର୍ଯ୍ୟାନୁଷ୍ଠାନ । ଗତ କିଛି ଦିନ ମଧ୍ୟରେ ସହର ମଧ୍ୟରେ ବଢୁଥିବା ଦୁର୍ଘଟଣା ଓ ହିଟ ଆଣ୍ଡ ରନ କେସକୁ ଦୃଷ୍ଟିରେ ରଖି ଟ୍ରାଫିକ ପରିଚାଳନାକୁ ଗୁରୁତ୍ୱ ଦିଆଯାଉଥିବା ସୂଚନା ଦେଇଛନ୍ତି ଟ୍ରାଫିକ ଏସିପି ଉମାକାନ୍ତ ପ୍ରଧାନ ।