ଆଖି ବୁଜିଲା ନନ୍ଦନକାନନର ବୟସ୍କା ହାତୀ ପ୍ରେମା

ଭୁବନେଶ୍ୱର: ନନ୍ଦନକାନନରେ ଆଉ ପ୍ରେମାକୁ ଦେଖିବାକୁ ପାଇବେନି ପର୍ଯ୍ୟଟକ । ମୃତ୍ୟୁବରଣ କରିଛି ନନ୍ଦନକାନନର ବୟସ୍କା ହାତୀ ପ୍ରେମା। ବର୍ଷ ବର୍ଷ ଧରି ପର୍ଯ୍ୟଟକଙ୍କୁ ଖୁସି କରି ଆସୁଥିବା ପ୍ରେମା ୬୭ ବର୍ଷ ବୟସରେ ଆଜି ଆଖି ବୁଜିଛି । ଏନେଇ ନନ୍ଦନକାନନ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଦୀର୍ଘ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିଆସୁଥିଲା ପ୍ରେମା। ଶେଷରେ ଆଜି ଅପରାହ୍ନରେ ଅସୁସ୍ଥ ପ୍ରେମା ମୃତ୍ୟୁବରଣ କରିଛି ।

About The Author: The Sakala