ଭୁବନେଶ୍ବର : ଶ୍ରୀ ଲିଙ୍ଗରାଜ ମନ୍ଦିର ଐତିହ୍ୟ ବାଇ-ଲ ଚିଠା କୁ ନେଇ ଭୁବନେଶ୍ବର ସାଂସଦ ଅପରାଜିତା କରିଥିବା ପ୍ରେସମିଟ୍ ଜବାବ ଦେଇଛନ୍ତି ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ। ଆଜି ଏହି ପ୍ରସଙ୍ଗରେ ଟ୍ବିଟ କରି ଶ୍ରୀ ମଙ୍ଗରାଜ କହିଛନ୍ତି ଯେ ଭୁବନେଶ୍ବର ସାଂସଦ ଅପରାଜିତା ଲିଙ୍ଗରାଜ ମନ୍ଦିର ଐତିହ୍ୟ ବାଇ-ଲ ଚିଠା କୁ ନେଇ ମିଛ କହୁଛନ୍ତି । ଏନ୍ଏମର ପ୍ରସ୍ତାବିତ ବାଇ-ଲ’ ନାଁରେ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛନ୍ତି । ଏକାମ୍ରରେ ଅସନ୍ତୋଷ କୁହୁଳୁଥିବା ବେଳେ ମିଛ କୁହେଳିକା ସୃଷ୍ଟି କରୁଛନ୍ତି ଅପରାଜିତା ଷଡ଼ଙ୍ଗୀ । ଚିଠା ବାଇ-ଲ’ ପ୍ରସ୍ତୁତ କରିବା ପାଇଁ ଅଧିକୃତ କର୍ତ୍ତୃପକ୍ଷ କିଏ ? ଆମସାର ଆଇନ୍ ଅନୁସାରେ କୋଲକାତାସ୍ଥିତ ଏଏସ୍ଆଇର ଆଞ୍ଚଳିକ ନିର୍ଦ୍ଦେଶକ ଐତିହ୍ୟ ଚିଠା ବାଇ-ଲ’ ପ୍ରସ୍ତୁତ କରିବା ପାଇଁ ଅଧିକୃତ କର୍ତ୍ତୃପକ୍ଷ । ହେଲେ ସଂସ୍କୃତି ନିର୍ଦ୍ଦେଶକ କହି- ସମ୍ବେଦନଶୀଳ ପ୍ରସଙ୍ଗକୁ ବିବାଦ ଭିତରକୁ ଠେଲି ଦେଇଛନ୍ତି ଅପରାଜିତା ।
ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ କହିଛନ୍ତି ଯେ ‘ମୁଁ ଆପଣଙ୍କ ଭଳି ଜଣେ ଆଇଏଏସ୍ ଅଫିସର ନୁହେଁ। ମୁଁ ଆପଣଙ୍କ ଭଳି କୌଣସି ଗବେଷଣା କରିନାହିଁ। କିନ୍ତୁ ମୁଁ ଜାଣିଛି ଯେ କୌଣସି ବ୍ୟକ୍ତି ୫ ମିନିଟ୍ରେ ଏହା ପଢି ଜାଣିପାରିବ ଯେ ଭାରତ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ କୋଲକାତା ଠାରେ ଥିବା ଏଏସ୍ଆଇର ଆଞ୍ଚଳିକ ନିର୍ଦ୍ଦେଶକ ହେଉଛନ୍ତି Ancient Monuments and Archaeological Sites and Remains Act, 1958 (AMSAR Act)e Section-20 E ଅନୁଯାୟୀ ଐତିହ୍ୟ ବାଇ-ଲ ଚିଠା ପ୍ରସ୍ତୁତର କ୍ଷମତାପ୍ରାପ୍ତ ଅଧିକାରୀ।
ତେବେ ତାଙ୍କ ବିବୃତ୍ତିକୁ ଅପରାଜିତା ବିଭ୍ରାନ୍ତିକର କରିବା ନେଇ ସେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି । ଐତିହ୍ୟ ଚିଠା ବାଇ-ଲ’ ପ୍ରସ୍ତୁତ କରିବା ପାଇଁ ସଂସ୍କୃତି ନିର୍ଦ୍ଦେଶକ ଅଧିକୃତ କର୍ତ୍ତୃପକ୍ଷ ନୁହଁନ୍ତି । କୋଲକାତା ଏଏସଆଇ ଆଞ୍ଚଳିକ ନିର୍ଦ୍ଦେଶକ ଓଡ଼ିଶାର ପୁରାତନ ମନ୍ଦିର ପାଇଁ ଐତିହ୍ୟ ବାଇ-ଲ’ ଚିଠା ପ୍ରସ୍ତାବ ପଠାଇଥିଲେ ।
ସଂସ୍କୃତି ନିର୍ଦ୍ଦେଶକ ଚିଠା ଐତିହ୍ୟ ବାଇ-ଲ ପ୍ରସ୍ତୁତର କ୍ଷମତାପ୍ରାପ୍ତ ଅଧିକାରୀ ନୁହନ୍ତି। କୋଲକାତା ଠାରେ ଥିବା ଏଏସ୍ଆଇର ଆଞ୍ଚଳିକ ନିର୍ଦ୍ଦେଶକ ଓଡିଶାର ମନ୍ଦିରଗୁଡିକ ଲାଗି ଐତିହ୍ୟ ବାଇ-ଲ ପ୍ରସ୍ତାବ ପଠାଇଛନ୍ତି। ଯେହେତୁ ଅପରାଜିତା ଷଡଙ୍ଗୀ ଓଡିଶାର ସଂସ୍କୃତି ବିଷୟରେ ଅବଗତ ନୁହନ୍ତି, ତେଣୁ ଧାର୍ମିକ ଭାବନା ସହିତ ଜଡିତ ବିଗ୍ରହ, ସେବାୟତ ଏବଂ ଭକ୍ତଙ୍କର ଯେଉଁ ସମ୍ପର୍କ ରହିଛି ତାହା ବୁଝିବା ତାଙ୍କ ପକ୍ଷେ କଷ୍ଟକର ବୋଲି ମାନସ ମଙ୍ଗରାଜ କହିଛନ୍ତି।
ଅପରାଜିତା ଷଡଙ୍ଗୀଙ୍କ କରି ଓଡିଶାରୁ ସାଂସଦ ହୋଇ ବର୍ତମାନ କେନ୍ଦ୍ର ମନ୍ତ୍ରୀ ଥିବା ପ୍ରତାପ ଷଡ଼ଙ୍ଗୀ ଓଡ଼ିଆ ହୋଇଥିବାରୁ ପ୍ରସଙ୍ଗର ସମ୍ବେଦନଶୀଳତାକୁ ଅଧିକ ଭଲଭାବେ ବୁଝିଛନ୍ତି । ଶ୍ରୀମତୀ ଷଡଙ୍ଗୀ ଦୀର୍ଘଦିନ ଧରି ଜଣେ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି କିନ୍ତୁ ସେ ଆମସାର ଆଇନ୍କୁ ଠିକଣା ଭାବେ ପଢିନାହାନ୍ତି କିମ୍ବା ସବୁଜାଣି ନିଜ ସରକାରର ଦୋଷ ଘଉଡାଇବା ପାଇଁ ଜାଣିଶୁଣି ମନଗଢା କଥା କହୁଛନ୍ତି। ତେଣୁ ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଥମେ ଆମସର ଆଇନ୍କୁ ପଢି ମୋର ପ୍ରଶ୍ନର ଉତ୍ତର ଦିଅନ୍ତୁ ବୋଲି ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ କହିଛନ୍ତି।
ଆମସାର ଆଇନ୍ ୧୯୫୮ର ଧାରା ୨୦-ଇ ଅନୁସାରେ ଏକାମ୍ର କ୍ଷେତ୍ରକୁ ପ୍ରଭାବିତ କରିବାକୁ ଯାଉଥିବା ଚିଠା ବାଇ-ଲ’ ପ୍ରସ୍ତାବ ଦେବା ପାଇଁ କିଏ ଅଧିକୃତ କର୍ତ୍ତୃପକ୍ଷ ? ସେନେଇ ଅପରାଜିତା ଉତ୍ତର ଦିଅନ୍ତୁ ବୋଲି ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ପ୍ରଶ୍ନ କରିଛନ୍ତି । ମିଛ କହି ଓଡ଼ିଶାବାସୀଙ୍କୁ ଅପରାଜିତା ବୋକା ବନାଇବାକୁ ଚେଷ୍ଟା ନକରନ୍ତୁ ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତ । ଐତିହ୍ୟ ବାଇ-ଲ, ଯାହା କି ଏକାମ୍ର କ୍ଷେତ୍ରକୁ ପ୍ରଭାବିତ କରୁଛି ତାହାକୁ ତିଆରି କରିବା ପାଇଁ କିଏ କ୍ଷମତାପ୍ରାପ୍ତ ଅଧିକାରୀ ? ମିଥ୍ୟା ତଥ୍ୟ ଉପସ୍ଥାପନ ଦ୍ୱାରା ଓଡିଶା ଲୋକଙ୍କୁ ବୋକା ବନାଇବାକୁ ଚେଷ୍ଟା କରନ୍ତୁ ନାହିଁ ସାଂସଦ ଅପରାଜିତା ଷଡଙ୍ଗୀ।