ରାଜଧାନୀରେ କିଲର କାର୍ ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ ଘଟଣା: ଡ୍ରାଇଭରଙ୍କ କାଶ ପାଇଁ ହୋଇଥିଲା ଦୁର୍ଘଟଣା

ଭୁବନେଶ୍ୱର: ରାଜଧାନୀରେ କିଲର କାର ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ ଘଟଣା । ଜୋନ-୫ ଏସିପି ବିଶ୍ୱରଂଜନ ସେନାପତିଙ୍କ ପ୍ରତିକ୍ରିୟା । ଡ୍ରାଇଭରଙ୍କୁ ଲଗାତାର କାଶ ହେବାରୁ ଅଜାଣତରେ ଗାଡି ସ୍ପୀଡ଼ ଅଧିକ ହୋଇଯାଇଥିଲା । ଅଭିଯୁକ୍ତ କାଶ ପାଇଁ ମେଡିସିନ ଖାଉଥିଲା । ସେ ସମ୍ପର୍କିତ ମେଡିକାଲ କାଗଜପତ୍ର ଜବତ ହୋଇଛି । EV କାର ହୋଇଥିବାରୁ ଗାଡି ଦୃତବେଗରେ ଆସି ଧକ୍କା ଦେଇଥିଲା । ଗିରଫ ଅଭିଯୁକ୍ତ ହେଲେ ଅନିଲ ଗୌଡ଼ । ଅନିଲ ସେଇ ପାଖରେ ଥିବା ନିୟୁ ଗମେଣ୍ଟ କଲୋନୀ ରେ ଜଣଙ୍କ ଗାଡି ଡ୍ରାଇଭର ଥିଲା । ମାଲିକଙ୍କୁ ବିମାନ ବନ୍ଦରରେ ଛାଡି କଲୋନୀକୁ ଫେରୁଥିବେଳେ ବେଳେ ଦୁର୍ଘଟଣା ଘଟିଛି । ତିନି ମୃତକ ହେଲେ ଢେଙ୍କାନାଳ କାମାକ୍ଷାନଗର ଅଞ୍ଚଳର ସନ୍ତୋଷ ବେହେରା, ସୁନ୍ଦରଗଡ଼ ର ଲଷ୍ମୀପଧର ଟପ୍ପୋ ଓ ରାଇରଙ୍ଗପୁର ଅଂଚଳର ଜେରମ ଏକ୍କା । ମୃତଦେହ ବ୍ୟବଛେଦ କରାଯାଇଛି । କେସ ରୁଜୁ ହୋଇଛି । ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଓ ସିସିଟିଭି ଆଧାରରେ ତଦନ୍ତ କୁ ବ୍ୟାପକ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଏସିପି ।

ସୂଚନାଯୋଗ୍ୟ, ଗତକାଲି ରାତିରେ ମୈତ୍ରିବିହାର ଥାନା ଅଞ୍ଚଳ ସୈନିକ ସ୍କୁଲ ରାସ୍ତାରେ ସିରିଜ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ସନ୍ତୋଷ ବେହେରା ଓ ଜେରମ ଏକାଙ୍କ ମୃତ୍ୟୁ ଘଟିଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି ।  

About The Author: Madhusudan Das