ତମାଣ୍ଡୋ : ଭରତପୁର ଥାନା ଅଧୀନ ସାଇ ବିହାର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ରୋଲର୍ ଗାଡି ଷ୍ଟାର୍ଟ କରି ଆଗକୁ ଡେଇଁ ଜଣେ ନିଜେ ଆତ୍ମହତ୍ୟା କରିଛନ୍ତି ରୋଲର୍ ଡ୍ରାଇଭର୍। ମୃତ ଡ୍ରାଇଭର ଜଣକ ହେଉଛନ୍ତି ଭରତପୁର ଥାନା ସାଇ ବିହାରରେ ରହୁଥିବା ବୋଲଗଡ଼ ଥାନା ଅନ୍ତର୍ଗତ ଗୋଡ଼ିଆଳ ଗ୍ରାମର ନୀଳମଣି ଦେବତା (୩୨)। ମିଳିଥିବା ଖବର ଅନୁଯାୟୀ, ନୀଳମଣିଙ୍କ ପରିବାରରେ ଗତ କିଛିଦିନ ହେବ ପାରିବାରିକ କଳହ ଲାଗି ରହିଥିଲା। ଫଳରେ ସେ ମାନସିକ ଚାପରେ ରହୁଥିଲେ। ଆଜି ଅପରାହ୍ଣରେ କୌଣସି କାରଣରୁ ସ୍ତ୍ରୀ ଙ୍କ ସହିତ ନୀଳମଣିଙ୍କର ଫୋନ ଯୋଗେ ଝଗଡ଼ା ହୋଇଥିଲା ଓ ନୀଳମଣି କ୍ରୋଧର ବଶବର୍ତ୍ତୀ ହୋଇ ନିଜେ ଚଲାଉଥିବା ରୋଲର ଗାଡି ଷ୍ଟାର୍ଟ କରି ତା ସାମ୍ନାକୁ ଡେଇଁ ପଡ଼ିଥିଲେ। ଫଳରେ ରୋଲର ତଳେ ଚାପିହୋଇ ପ୍ରାଣ ହରାଇଥିଲେ। ଖବରପାଇ ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି। ଏନେଇ ଭରତପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଛି।
ରୋଲର୍ ଷ୍ଟାର୍ଟକରି ଆଗକୁ ଡେଇଁ ପଡ଼ିଲେ ଡ୍ରାଇଭର୍
ତମାଣ୍ଡୋ : ଭରତପୁର ଥାନା ଅଧୀନ ସାଇ ବିହାର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ରୋଲର୍ ଗାଡି ଷ୍ଟାର୍ଟ କରି ଆଗକୁ ଡେଇଁ ଜଣେ ନିଜେ ଆତ୍ମହତ୍ୟା କରିଛନ୍ତି ରୋଲର୍ ଡ୍ରାଇଭର୍। ମୃତ ଡ୍ରାଇଭର ଜଣକ ହେଉଛନ୍ତି ଭରତପୁର ଥାନା ସାଇ ବିହାରରେ ରହୁଥିବା ବୋଲଗଡ଼ ଥାନା ଅନ୍ତର୍ଗତ ଗୋଡ଼ିଆଳ ଗ୍ରାମର ନୀଳମଣି ଦେବତା (୩୨)। ମିଳିଥିବା ଖବର ଅନୁଯାୟୀ, ନୀଳମଣିଙ୍କ ପରିବାରରେ ଗତ କିଛିଦିନ ହେବ ପାରିବାରିକ କଳହ ଲାଗି ରହିଥିଲା। ଫଳରେ ସେ […]