ଧୋକା ଦେଲା ଡବଲ ଇଞ୍ଜିନ ସରକାର, ଭୁବନେଶ୍ବର ସହରକୁ ୧୦ ବର୍ଷ ପଛକୁ ଠେଲିଦେଲେ : ନବୀନ

ଭୁବନେଶ୍ବର : ରାଜ୍ୟର ରାଜଧାନୀ ଭୁବନେଶ୍ବର ସହରରେ ମେଟ୍ରୋ ରେଳ ଚାଲିବ। ପ୍ରଥମେ ଭୁବନେଶ୍ବରରୁ କଟକ ଏବଂ ଏହାପରେ ପୁରୀକୁ ମେଟ୍ରୋ ରେଳ ସଂଯୋଗ ନେଇ ପୂର୍ବ ବିଜେଡି ସରକାର ଯୋଜନା କରିଥିଲା। ଆଉ ଏଥି ପାଇଁ ଡିପିଆର ପ୍ରସ୍ତୁତ ସହ ଟେଣ୍ଡର କରାଯାଇ ଏହାର ଭିତ୍ତିପ୍ରସ୍ଥର ସ୍ଥାପନ ହୋଇଥିଲା। କିନ୍ତୁ ୨୦୨୪ରେ ସରକାର ବଦଳିବା ପରେ ଏବେ ମେଟ୍ରୋ ରେଳ ଚାଲିବା ସ୍ବପ୍ନ ଭଳି ଲାଗୁଛି। କାରଣ ବିଜେପି ସରକାର କ୍ଷମତାକୁ ଆସିବାର ଦୀର୍ଘ ୧୩ […]

ଭୁବନେଶ୍ବର : ରାଜ୍ୟର ରାଜଧାନୀ ଭୁବନେଶ୍ବର ସହରରେ ମେଟ୍ରୋ ରେଳ ଚାଲିବ। ପ୍ରଥମେ ଭୁବନେଶ୍ବରରୁ କଟକ ଏବଂ ଏହାପରେ ପୁରୀକୁ ମେଟ୍ରୋ ରେଳ ସଂଯୋଗ ନେଇ ପୂର୍ବ ବିଜେଡି ସରକାର ଯୋଜନା କରିଥିଲା। ଆଉ ଏଥି ପାଇଁ ଡିପିଆର ପ୍ରସ୍ତୁତ ସହ ଟେଣ୍ଡର କରାଯାଇ ଏହାର ଭିତ୍ତିପ୍ରସ୍ଥର ସ୍ଥାପନ ହୋଇଥିଲା। କିନ୍ତୁ ୨୦୨୪ରେ ସରକାର ବଦଳିବା ପରେ ଏବେ ମେଟ୍ରୋ ରେଳ ଚାଲିବା ସ୍ବପ୍ନ ଭଳି ଲାଗୁଛି। କାରଣ ବିଜେପି ସରକାର କ୍ଷମତାକୁ ଆସିବାର ଦୀର୍ଘ ୧୩ ମାସ ପରେ ମଧ୍ୟ ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା ଲାଗିରହିଥିବା ବେଳେ ଆଜି ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପର ପୁରୁଣା କଣ୍ଟ୍ରାକ୍ଟକୁ ରାଜ୍ୟ ସରକାର ବାତିଲ୍ କରିଛନ୍ତି।

ଶନିବାର ରାଜ୍ୟର ବିଜେପି ସରକାର ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ଟେଣ୍ଡର ବାତିଲ କରିବା ପରେ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ‘ଏକ୍ସ’ରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ, ଭୁବନେଶ୍ବରକୁ ଏକ ବିଶ୍ବସ୍ତରୀୟ ସହରରେ ପରିଣତ କରିବା ଥିଲା ବିଜେଡି ସରକାରର ସ୍ବପ୍ନ । ଭୁବନେଶ୍ବରରେ ବିଶ୍ବସ୍ତରୀୟ କ୍ରୀଡା ଭିତ୍ତିଭୂମୀ ପ୍ରତିଷ୍ଠା ସାଙ୍ଗକୁ ଆନ୍ତର୍ଜାତିକ ସ୍ତରର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏଥିସହିତ ଆଧୁନିକ ପରବହନ ସେବା ସାଙ୍ଗକୁ ଆଇଟି ଭିତ୍ତିଭୂମୀ ସୃଷ୍ଟି କରାଯାଇ ମନ୍ଦିରମାଳିନୀ ସହରକୁ ବିଶ୍ବସ୍ତରୀୟ ସହରରେ ପରିଣତ କରିବାକୁ ଉଦ୍ୟମ କରୁଥିଲା ବିଜେଡି ସରକାର ।

ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପକୁ ସହରର ସମ୍ପ୍ରସାରଣ ଓ ‘ମୋ ବସ’ ରୁଟ ସହ ତାଳ ଦେଇ ସମ୍ପ୍ରସାରିତ କରିବାର ଥିଲା । ସହର ମଧ୍ୟରେ ଭିଡ ବୃଦ୍ଧି କରିବା ପରିବର୍ତ୍ତେ ସହରର ସମ୍ପ୍ରସାରଣ ଜୁରୁରୀ । ମେଟ୍ରୋ ସହର ଭଳି ଆବଶ୍ୟକତାକୁ ଉପଲବ୍ଧୀ କରି ବିଜେଡି ସରକାର ୨୦୨୭ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ମେଟ୍ରୋ ରେଳ କାମ ସାରିବାକୁ ଟାର୍ଗେଟ କରିଥିଲା । କିନ୍ତୁ ଏବେ ଏହି ପ୍ରକଳ୍ପ ପାଇଁ ହୋଇଥିବା ଟେଣ୍ଡରକୁ ବାତିଲ କରିଦିଆଯାଇଛି । ଡବଲ ଇଂଜିନ ସରକାର ଓଡିଶାବାସୀଙ୍କୁ ଧୋକା ଦେଇଛି ବୋଲି ନବୀନ କହିଛନ୍ତି । ବିଜେପି ସରକାରଙ୍କ ଏହି ନିଷ୍ପତ୍ତି ସହରକୁ ଆହୁରି ୧୦ ବର୍ଷ ପଛକୁ ଠେଲିଦେବ ବୋଲି ନବୀନ କହିଛନ୍ତି ।

About The Author: The Sakala