ଶ୍ରୀମନ୍ଦିରରେ ନୂଆବର୍ଷ: ରାତି ସାଢ଼େ ୧୦ଟା ସୁଦ୍ଧା ହେବ ପହୁଡ଼, ରାତି ସାଢ଼େ ୧୨ଟା ସୁଦ୍ଧା ଦ୍ବାର ଫିଟା ନୀତି…

ପୁରୀ: ନୂଆବର୍ଷରେ ଶ୍ରଦ୍ଧାଳୁମାନଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଦର୍ଶନ କରାଇବା ପାଇଁ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା  ପ୍ରଶାସନ ସମସ୍ତ ବଳ ପ୍ରୟୋଗ କରିଛନ୍ତି। ନୂଆବର୍ଷ ଅବସରରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ନେଇ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ଶ୍ରୀ ପାଢ଼ୀ ଗଣମାଧ୍ୟମର ପ୍ରତିିନିଧିଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଆଜି ରାତି ସାଢ଼େ ୧୨ଟା ସୁଦ୍ଧା ଦ୍ବାର ଫିଟା ନୀତି ନେଇ ଆଶାବାଦୀ ଅଛୁ। ସେଥି ପାଇଁ ରାତି ୧୦ଟାରୁ […]

ପୁରୀ: ନୂଆବର୍ଷରେ ଶ୍ରଦ୍ଧାଳୁମାନଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଦର୍ଶନ କରାଇବା ପାଇଁ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା  ପ୍ରଶାସନ ସମସ୍ତ ବଳ ପ୍ରୟୋଗ କରିଛନ୍ତି। ନୂଆବର୍ଷ ଅବସରରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ନେଇ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି।

ଶ୍ରୀ ପାଢ଼ୀ ଗଣମାଧ୍ୟମର ପ୍ରତିିନିଧିଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଆଜି ରାତି ସାଢ଼େ ୧୨ଟା ସୁଦ୍ଧା ଦ୍ବାର ଫିଟା ନୀତି ନେଇ ଆଶାବାଦୀ ଅଛୁ। ସେଥି ପାଇଁ ରାତି ୧୦ଟାରୁ ସାଢ଼େ ୧୦ଟା ଭିତରେ ପହୁଡ଼ ପଡ଼ିବ। ଶୀଘ୍ର ପହୁଡ଼, ଦ୍ବାର ଫିଟା ନୀତି ହେଲେ ଶ୍ରଦ୍ଧାଳୁଙ୍କ ଦର୍ଶନ ସହଜ ହେବ। ବର୍ତ୍ତମାନ ସୁଦ୍ଧା ନୀତିକାନ୍ତି ଠିକ୍‌ ଭାବେ ଚାଲିଛି। ଶ୍ରଦ୍ଧାଳୁମାନଙ୍କୁ ମାର୍କେଟ୍‌ ଛକଠାରୁ ଧାଡ଼ିରେ ଆସିବାକୁ ପରାମର୍ଶ ଦିଆଯାଇଛି। ସାଧାରଣ ଶ୍ରଦ୍ଧାଳୁମାନେ ଆଜି (ମଙ୍ଗଳବାର) ଓ କାଲି (ବୁଧବାର) ସିଂହଦ୍ବାର ଦେଇ କେବଳ ପ୍ରବେଶ କରିବେ। କିନ୍ତୁ ସିଂହଦ୍ବାର ଦେଇ ପ୍ରବେଶ ନକରି ଅନ୍ୟ ୩ଟି ଦ୍ବାର ଦେଇ ପ୍ରସ୍ଥାନ କରିବେ।

ନୂଆବର୍ଷ ଅବସରରେ ଡିସେମ୍ବର ୩୧ ତାରିଖରୁ କଟକଣା ଲାଗୁହୋଇଛି। ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ ସହ ଗାଡ଼ିମୋଟର ଚଳାଚଳରେ କଟକଣା ଲଗାଯାଇଛି। ଭୁବନେଶ୍ବର, କୋଣାର୍କ ଓ ବ୍ରହ୍ମଗିରି ପାର୍ଶ୍ବରୁ ଆସୁଥିବା ଗାଡ଼ିମୋଟରର ପାର୍କିଂ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ନିରୂପଣ ହୋଇଛି। ଡିସେମ୍ବର ୩୧ ଓ ଜାନୁଆରି ୧ ତାରିଖରେ ଶ୍ରୀମନ୍ଦି‌େର‌ ଅଧିକ ଭିଡ଼ ହେବ ବୋଲି ସମ୍ଭାବନା ରହିଛି। ଏଥିପାଇଁ ଆଜି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସିଦ୍ଧାର୍ଥଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ପ୍ରଶାସନର ପ୍ରସ୍ତୁତି ନେଇ ସମୀକ୍ଷା କରାଯାଇଛି।  ଶ୍ରୀମନ୍ଦିର ପ୍ରଶାସନଠାରୁ ମିଳିଥିବା ସୂଚନା ମୁତାବକ, ଡିସେମ୍ବର ୩୧ ଓ ଜାନୁଆରି ୧ ତାରିଖ, ଦୁଇଦିନ ଧରି ଶ୍ରୀମନ୍ଦିରରେ ଭକ୍ତମାନେ ଚାରିଦ୍ବାର ବଦଳରେ କେବଳ ସିଂହଦ୍ବାରରେ ପ୍ରବେଶ କରିବେ। ଶ୍ରଦ୍ଧଶଳୁମାନେ ଦର୍ଶନ ସାରି ଉତ୍ତର, ଦକ୍ଷିଣ ଓ ପଶ୍ଚିମଦ୍ବାରରେ ପ୍ରସ୍ଥାନ କରିବେ।

About The Author: The Sakala