କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ଘଟଣାରେ ଆସିଲା DNA ରିପୋର୍ଟ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ଘଟଣାର ଆସିଲା DNA ରିପୋର୍ଟ । ଝିଅ ଜନ୍ମ ହୋଇଥିବା ନେଇ ରିପୋର୍ଟରେ ସ୍ପଷ୍ଟ । ସୂଚନା ଦେଲେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ଗତ ସପ୍ତାହରୁ ପୁଅ ଓ ଝିଅ ଅଦଳବଦଳ ନେଇ ଚାଲିଥିଲା ବିବାଦ । ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ DNA ଟେଷ୍ଟ କରାଯାଇଥିଲା । କ୍ୟାପିଟାଲ ଥାନା ପୋଲିସ କୋର୍ଟରେ ପୂର୍ବରୁ ଆବେଦନ କରିଥିଲା । ଅଭିଯୋଗକାରୀ ପ୍ରାଣକୃଷ ବିଶ୍ୱାଳ, […]

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ଘଟଣାର ଆସିଲା DNA ରିପୋର୍ଟ । ଝିଅ ଜନ୍ମ ହୋଇଥିବା ନେଇ ରିପୋର୍ଟରେ ସ୍ପଷ୍ଟ । ସୂଚନା ଦେଲେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ଗତ ସପ୍ତାହରୁ ପୁଅ ଓ ଝିଅ ଅଦଳବଦଳ ନେଇ ଚାଲିଥିଲା ବିବାଦ । ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ DNA ଟେଷ୍ଟ କରାଯାଇଥିଲା । କ୍ୟାପିଟାଲ ଥାନା ପୋଲିସ କୋର୍ଟରେ ପୂର୍ବରୁ ଆବେଦନ କରିଥିଲା । ଅଭିଯୋଗକାରୀ ପ୍ରାଣକୃଷ ବିଶ୍ୱାଳ, ତାଙ୍କ ପତ୍ନୀ ଓ ଶିଶୁର ସାମ୍ପୁଲକୁ ସଂଗ୍ରହ କରାଯାଇଥିଲା । ରିପୋର୍ଟ ଆସିବା ପରେ ପୁରା ସତ୍ୟ ପଦାକୁ ଆସିଛି । ସେପଟେ ଉଭୟ ମା’ ଓ ଛୁଆ ସୁସ୍ଥ ଥିବା କହିଛି ଡାକ୍ତରୀ ଟିମ । ଝିଅ ହୋଇଥିବା କଥା ମା’ ମାନୁଥିବା ବେଳେ ବାପା ମାନିବାକୁ ନାରାଜ ଥିଲେ । ଘଟଣାରେ କ୍ୟାପିଟାଲ ଥାନା ଏକ ମାମଲା ରୁଜୁ କରିଥିଲା । କାର୍ଯ୍ୟରେ ଅବହେଳା ଦର୍ଶାଇ ମହିଳା ଆଟେଣ୍ଡାଣ୍ଟଙ୍କୁ ନିଲମ୍ବିତ କରିଥିଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ।

About The Author: The Sakala