ନୂଆପଡ଼ା: ନୂଆପଡାର ଚକୋଟିଆ ଭୁଞ୍ଜିଆ ଦମ୍ପତିଙ୍କୁ ଦିଲ୍ଲୀରୁ ଆସିଛି ଡାକରା । ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ହେବେ ସ୍ୱତନ୍ତ୍ର ଅତିଥି । କୋମନା ବ୍ଲକ ସୁନାବେଡ଼ା ଅଭୟରଣ୍ୟର ଚକୋଟିଆ ଭୁଞ୍ଜିଆ ଜନଜାତି ସମ୍ପ୍ରଦାୟର ଯୁବଚାଷୀ ଯୁବରାଜ ଛତ୍ରିଆ ଏବଂ ତାଙ୍କ ସ୍ତ୍ରୀ ଆସମତିଙ୍କୁ ଦିଲ୍ଲୀରୁ ନିମନ୍ତ୍ରଣ ଆସିଛି । ଆସନ୍ତା ସ୍ଵାଧିନତା ଦିବସରେ ଆଦିମ ଜନଜାତି ଦମ୍ପତିଙ୍କୁ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ନିମନ୍ତ୍ରଣ ଆସିଛି । ଏହି ଦିଲ୍ଲୀ ଗସ୍ତକୁ ନେଇ ଆଦିବାସୀ ସମ୍ପତି ବେଶ ଆନନ୍ଦିତ ଅଛନ୍ତି ।
ସୁନାବେଡ଼ା ଅଭୟାରଣ୍ୟ ଅଧିଷ୍ଠାତ୍ରୀ ଦେବୀ ମା’ ସୁନାଦେଇଙ୍କ ଗଡ଼ବାସୀ ହୋଇଥିବାରୁ ଖାଲି ପାଦରେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଯାତ୍ରା କରିବେ । ସ୍ୱାଧୀନତା ସଂଗ୍ରାମରେ ଆଦିବାସୀଙ୍କ ବଳିଦାନକୁ ମନେ ପକାଇ ନିଜେ ଗର୍ବିତ ରହିଥିବା ଯୁବରାଜ କହିଛନ୍ତି । ଏହି ସ୍ୱାଧୀନତା ଦିବସର ସାକ୍ଷୀ ରୂପେ ତାଙ୍କୁ ବାଛି ଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାର ସହ ଜିଲ୍ଲା ପ୍ରଶାସନକୁ ସେ କୃତଜ୍ଞତା ଜଣାଇଛନ୍ତି ।