କଣାସ: କଣାସରେ ଝାଡ଼ାବାନ୍ତି ଆତଙ୍କ । କଣାସ ବ୍ଲକରେ ଥମିବାର ନାଁ ଧରୁନି ଝାଡାବାନ୍ତି । ପୂର୍ବରୁ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ଗତକାଲି ରାତିରେ ନୂଆଗାଁର ମାଗି ଦଳାଇ ଓ ଆଜି ଭୋରୁ ନଇକୂଳ ପାଟଣା ଗୁରେଇ ସେଠୀ ଦୁଇ ବୃଦ୍ଧା ମହିଳା ପ୍ରାଣ ହରାଇଛନ୍ତି। ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି। ପ୍ରତିଦିନ ଏକାଧିକ ଆକ୍ରାନ୍ତ ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗେ ବିଭିନ୍ନ ଡାକ୍ତରଖାନକୁ ବୁହା ଚାଲିଛନ୍ତି । ବର୍ତ୍ତମାନ ସୁଦ୍ଧା ଅନେକ ରୋଗୀ ଡାକ୍ତରଖାନା ଆସି ଚିକିତ୍ସିତ ହେଉଛନ୍ତି ।
ଝାଡାବାନ୍ତି ଘଟିବାର ୧୫ଦିନ ପରେ ଗତକାଲି ରାଜ୍ୟସ୍ତରରୁ ଏକ ସ୍ବାସ୍ଥ୍ୟ ଟିମ୍ ଓ ସ୍ଥାନୀୟ ପ୍ରଶାସନ ନୂଆଗାଁ ଓ ଜାଗୁଳାଇପଦରରେ ପହଁଚି ଘଟ ଘଟଣା ଅନୁଧ୍ୟାନ କରିବା ସହ ନମୁନା ସଂଗ୍ରହ କରିଛନ୍ତି । ରାଜ୍ୟ ଅଣୁଜୀବ ବିଜ୍ଞାନୀ ରାଜ୍ୟ ମହାମାରୀ ବିଶେଷଜ୍ଞ କଣାସ ଗୋଷ୍ଠି ସାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ଦଳ, ଆଶା, ଅଙ୍ଗନବାଡି କର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଝାଡ଼ାବାନ୍ତି ଯୋଗୁ କଣାସ ବ୍ଲକରେ ସର୍ବାଧିକ ପ୍ରଭାବିତ ଦୁଇଟି ଗ୍ରାମ ନୂଆଗାଁ ଓ ଜାଗୁଳାଇପଦରରେ ପାନୀୟ ଜଳ ସମସ୍ୟା ଦେଖା ଦେଇଛି I ଦୟା ନଦୀର ଦୂଷିତ ଜଳ ବ୍ୟବହାର ଝାଡ଼ାବାନ୍ତିର ପ୍ରମୁଖ କାରଣ ବୋଲି କୁହାଯାଉଛି।