ଓଲଟିଲା ଶ୍ରମିକ ବୋଝେଇ ଟ୍ରକ: ୨୦ ଆହତ, ୫ ଗୁରୁତର

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥର ବଡଝରା ଗାଁ ନୂଆସାହି ନିକଟରେ ଏକ ଶ୍ରମିକ ବୋଝେଇ ଟ୍ରକ ଓଲଟିଥିବା ଜଣାପଡ଼ିଛି। ୨୦ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଓ ଆହତ ମାନଙ୍କୁ ପ୍ରଥମେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ୫ ଜଣ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ସମସ୍ତ ଶ୍ରମିକ ମାନେ […]

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥର ବଡଝରା ଗାଁ ନୂଆସାହି ନିକଟରେ ଏକ ଶ୍ରମିକ ବୋଝେଇ ଟ୍ରକ ଓଲଟିଥିବା ଜଣାପଡ଼ିଛି। ୨୦ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଓ ଆହତ ମାନଙ୍କୁ ପ୍ରଥମେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ୫ ଜଣ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ସମସ୍ତ ଶ୍ରମିକ ମାନେ ସୁକିନ୍ଦା-ଅନୁଗୁଳ ନୂତନ ରେଳପଥରେ ନିୟୋଜିତ ନାଗାର୍ଜୁନ କନଷ୍ଟ୍ରୁକସନ କମ୍ପାନୀର ହୋଇଥିବା ସୂଚନା। ମୁକ୍ତାପଶିରୁ ରେଲୱେ କାର୍ଯ୍ଯ ସାରି କମଳାଙ୍ଗ ଗାଁ ସ୍ଥିତ ରେଲୱେ ପ୍ରୋଜେକ୍ଟକୁ ଯାଉଥିବା ବେଳେ ବଡଝରା ନିକଟରେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିଥିଲା ଟ୍ରକ। ତେବେ ମଦ୍ୟପ ଡ୍ରାଇଭରଙ୍କ ବେପାରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିବା ଶ୍ରମିକ ମାନେ ପ୍ରକାଶ କରିଛନ୍ତି। କିପରି ଏବଂ କେଉଁ ପରିସ୍ଥିତିରେ ସମ୍ପୃକ୍ତ ଠିକାସଂସ୍ଥା ବିନା ସୁରକ୍ଷାରେ ଶ୍ରମିକ ମାନଙ୍କୁ ଟ୍ରକରେ ନେଇ ଯାଉଥିଲା ତାହା ସ୍ପଷ୍ଟ ହୋଇନାହିଁ। ତୁରନ୍ତ ଏଥିପ୍ରତି ପ୍ରଶାସନ ଦୃଢ଼ ଦେବାକୁ ସାଧାରଣରେ ଦାବି ହୋଇଛି ।

About The Author: The Sakala