ଟ୍ରାକ୍ଟର ଓଲଟି ଦୁଇ ମୃତ ଚାରି ଗୁରୁତର

କାମାକ୍ଷାନଗର: ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମରେ ଦେଖାଦେଇଛି ଶୋକାକୂଳ ପରିବେଶ। ଅଷ୍ଟପ୍ରହରୀ ନାମ ଯଜ୍ଞ ନିମନ୍ତେ ଏକ ଟ୍ରାକ୍ଟର ଯୋଗେ ଛଅ ଜଣ ଗ୍ରାମ୍ୟ ଜଙ୍ଗଲରୁ ଜାମୁ ଝାଟି ନିମନ୍ତେ ଯାଇଥିଲେ। ଜାମୁ ଝାଟି ନେଇ ଫେରିବା ସମୟରେ ଜାତୀୟ ରାଜପଥ ୫୩ ଜମୁନାକୋଟ ଛକ ପଣ୍ଡା ପୋଖରୀ ନିକଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ଛଅ ଜଣ ଗୁରୁତରଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ମଠକରୋଗଳା ମେଡିକାଲରେ ଭର୍ତ୍ତୀ କରାଇଥିବାବେଳେ ଚାରି […]

କାମାକ୍ଷାନଗର: ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମରେ ଦେଖାଦେଇଛି ଶୋକାକୂଳ ପରିବେଶ। ଅଷ୍ଟପ୍ରହରୀ ନାମ ଯଜ୍ଞ ନିମନ୍ତେ ଏକ ଟ୍ରାକ୍ଟର ଯୋଗେ ଛଅ ଜଣ ଗ୍ରାମ୍ୟ ଜଙ୍ଗଲରୁ ଜାମୁ ଝାଟି ନିମନ୍ତେ ଯାଇଥିଲେ। ଜାମୁ ଝାଟି ନେଇ ଫେରିବା ସମୟରେ ଜାତୀୟ ରାଜପଥ ୫୩ ଜମୁନାକୋଟ ଛକ ପଣ୍ଡା ପୋଖରୀ ନିକଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ଛଅ ଜଣ ଗୁରୁତରଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ମଠକରୋଗଳା ମେଡିକାଲରେ ଭର୍ତ୍ତୀ କରାଇଥିବାବେଳେ ଚାରି ଜଣଙ୍କୁ ଭୁବନ ମେଡିକାଲରେ ଭର୍ତ୍ତୀ କରାଇଥିଲେ।

ତେବେ ମଠକରୋଗଳା ମେଡିକାଲରେ ଡାକ୍ତର ପ୍ରଫୁଲ୍ଲ କୁମାର ସାମଲଙ୍କୁ ମୃତ ଘୋଷଣା କରିଥିବାବେଳେ ହରିହର ସାମଲଙ୍କୁ ମୃତ ଘୋଷଣା କରିଥିଲେ ଭୁବନ ମେଡିକାଲ ଡାକ୍ତର। ତେବେ ଏହି ଦୁର୍ଘଟଣାରେ ଦୁଇ ଜଣ ନାବାଳକ ଗୁରୁତର ହୋଇ ଅଧିକ ଚିକିତ୍ସା ପାଇଁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତରମାନେ ହେଲେ ଉମାଶଙ୍କର ରାଉତ ୧୪ ବର୍ଷ, ସତ୍ୟଜିତ ପୁହାଣ ୧୫ ବର୍ଷ, ଜଳଧର ସ୍ବାଇଁ ୬୫ ବର୍ଷ, ଅଜୟ ମହାନ୍ତି ୪୮ ବର୍ଷ। ତେବେ ଟ୍ରାକ୍ଟରଟିକୁ ସୁରପ୍ରତାପପୁର ଫାଣ୍ଡିରେ ଜବତ କରିବାଥିବାବେଳେ ଟ୍ରାକ୍ଟର ଡ୍ରାଇଭରକୁ ଭୁବନ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି।

About The Author: The Sakala