ଭାରସାମ୍ୟ ହରାଇ ରାସ୍ତାତଳକୁ ଖସିଲା ଯାତ୍ରୀବାହି ବସ, ଅଳ୍ପକେ ବର୍ତ୍ତିଲେ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ

ଢେଙ୍କାନାଳ: କାମାକ୍ଷାନଗର ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଯାତ୍ରୀବାହି ବସ, ଅଳ୍ପକେ ବର୍ତିଲେ ଯାତ୍ରୀ। ରୋଡମାଷ୍ଟର ନାମକ ଯାତ୍ରୀବାହୀ ବସ ପାଲହଡାରୁ ଯାତ୍ରୀନେଇ ଭୁବନେଶ୍ୱର ଯାଉଥିବାବେଳେ ବିଜାଡିହ ଛକନିକଟରେ ରାସ୍ତାତଳକୁ ଖସିଯାଇଥିଲା। ସୁଚନା ମୁତାବକ ଆଜି ଭୋର ସମୟର ” ରେଡମାଷ୍ଟର ” ଯାତ୍ରୀବାହି ବସ ପାଲହଡାରୁ ଯାତ୍ରୀନେଇ ୬.୩୦ ବେଳକୁ କାମାକ୍ଷାନଗର ବସଷ୍ଟାଣ୍ଡରେ ପହଞ୍ଚିଥିଲେ। ଏବଂ ୬.୩୦ ରୁ ୨୦ରୁ ଉର୍ଦ୍ଧ୍ବ ଯାତ୍ରି ନେଇ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ କାମାକ୍ଷାନଗର ଥାନା ଢେଙ୍କାନାଳ- […]

ଢେଙ୍କାନାଳ: କାମାକ୍ଷାନଗର ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଯାତ୍ରୀବାହି ବସ, ଅଳ୍ପକେ ବର୍ତିଲେ ଯାତ୍ରୀ। ରୋଡମାଷ୍ଟର ନାମକ ଯାତ୍ରୀବାହୀ ବସ ପାଲହଡାରୁ ଯାତ୍ରୀନେଇ ଭୁବନେଶ୍ୱର ଯାଉଥିବାବେଳେ ବିଜାଡିହ ଛକନିକଟରେ ରାସ୍ତାତଳକୁ ଖସିଯାଇଥିଲା। ସୁଚନା ମୁତାବକ ଆଜି ଭୋର ସମୟର ” ରେଡମାଷ୍ଟର ” ଯାତ୍ରୀବାହି ବସ ପାଲହଡାରୁ ଯାତ୍ରୀନେଇ ୬.୩୦ ବେଳକୁ କାମାକ୍ଷାନଗର ବସଷ୍ଟାଣ୍ଡରେ ପହଞ୍ଚିଥିଲେ। ଏବଂ ୬.୩୦ ରୁ ୨୦ରୁ ଉର୍ଦ୍ଧ୍ବ ଯାତ୍ରି ନେଇ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ କାମାକ୍ଷାନଗର ଥାନା ଢେଙ୍କାନାଳ- କାମାକ୍ଷାନଗର ପୂର୍ତ୍ତବିଭାଗ ରାସ୍ତାର ବିଜାଡିହ ଛନିକଟରେ ଏକ ବାଛୁରିକୁ ବଞ୍ଚାଇବାକୁ ଯାଇ ଭାରସମ୍ୟ ହରାଇ ରାସ୍ତାତଳକୁ ଖସିଯାଇଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବସରୁ ବାହାରି ଆସିଥିଲେ। ଏବଂ ଯାତ୍ରମାନେ ଅନ୍ୟ ଗାଡିରେ ନିଜ ସୁବିଧାରେ ଗନ୍ତବ୍ୟ ସ୍ଥଳକୁ ଯାଇଥିବା ଜଣାପଡିଛି। ଏକ ବଡ ଅଘଟଣରୁ ଅଳ୍ପକେ ବର୍ତି ଯାଇଛନ୍ତି।

About The Author: The Sakala