ମହଙ୍ଗା ପଡ଼ିଲା ବିବାହିତା ମହିଳାଙ୍କ ସହ ପ୍ରେମ ସମ୍ପର୍କ, ପ୍ରେମିକାଙ୍କ ଘରୁ ଯୁବକର ମୃତଦେହ ଉଦ୍ଧାର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା  ସଦର ଥାନା ଅନ୍ତର୍ଗତ ତରଭା ଗ୍ରାମରେ ବିବାହିତ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖି ଥିବା ଯୁବକର ମୃତ ଦେହ ପ୍ରେମିକାଙ୍କ ଘରୁ ପୋଲିସ ଠାବ କରିଛି। ଏହାକୁ ନେଇ ଯୁବକର ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ଦୁଇଟି ସନ୍ତାନର ଜନନୀ ଜନୈକା ବିବାହିତ ମହିଳା ସହିତ ସଦର ଥାନା ଅନ୍ତର୍ଗତ ଜଙ୍ଖିରା ଗ୍ରାମର ବଳିଆ ନାୟକ(୨୧) ପ୍ରେମ ସମ୍ପର୍କ ରିଖିଥିଲା। ବିବାହିତା ମହିଳା ସ୍ୱାମୀ ଓ ସନ୍ତାନକୁ ଛାଡି ବାପଘରେ […]

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା  ସଦର ଥାନା ଅନ୍ତର୍ଗତ ତରଭା ଗ୍ରାମରେ ବିବାହିତ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖି ଥିବା ଯୁବକର ମୃତ ଦେହ ପ୍ରେମିକାଙ୍କ ଘରୁ ପୋଲିସ ଠାବ କରିଛି। ଏହାକୁ ନେଇ ଯୁବକର ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ଦୁଇଟି ସନ୍ତାନର ଜନନୀ ଜନୈକା ବିବାହିତ ମହିଳା ସହିତ ସଦର ଥାନା ଅନ୍ତର୍ଗତ ଜଙ୍ଖିରା ଗ୍ରାମର ବଳିଆ ନାୟକ(୨୧) ପ୍ରେମ ସମ୍ପର୍କ ରିଖିଥିଲା। ବିବାହିତା ମହିଳା ସ୍ୱାମୀ ଓ ସନ୍ତାନକୁ ଛାଡି ବାପଘରେ ରହୁଥିବା ବେଳେ ଯୁବକ ସହିତ ପ୍ରେମ ସମ୍ପର୍କ ରଖି ଏକାଠି ରହୁଥିଲେ। ଏହି ମହିଳାଙ୍କ ଘରୁ ପ୍ରେମିକ ବଳିଆର ମୃତ ଦେହ ଠାବ ହେବା ଘଟଣାକୁ ନେଇ ବେଶ୍‍ ଚର୍ଚ୍ଚା ହେଉଛି। ଉଭୟଙ୍କ ମଧ୍ୟରେ ଝଗଡ଼ାକୁ କେନ୍ଦ୍ର କରି ବଳିଆ ମହିଳାଙ୍କ ଘରେ ରସି ଲଗାଇ ଆତ୍ମହତ୍ୟା କରିଥିବା ମହିଳା ଜଣଙ୍କ କହୁଥିବା ବେଳେ ମୃତ ଯୁବକର ମା ତାଙ୍କ ପୁଅକୁ ମାରିଦେଇଥିବାର ଅଭିଯୋଗ କରିଛନ୍ତି। ଜିଲ୍ଲାରେ ମୁଖ୍ୟ ଚିକିତ୍ସାଳୟରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି।

About The Author: The Sakala