ଢେଙ୍କନାଳ: ଢେଙ୍କନାଳ ଟାଉନ ଥାନା ଅନ୍ତର୍ଗତ ଆନନ୍ଦନଗରର ଏକ ଘରେ ସେକ୍ସ ରାକେଟ ଠାବ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇବା ପରେ ରାତି ଅଧିଆ ଚଢ଼ାଉ କରି ସେକ୍ସ ରାକେଟର ପର୍ଦ୍ଦାଫାଶ କରିଛି ଆନନ୍ଦ ନଗରର ଟାଉନ୍ ଥାନା ପୋଲିସ। ରେଡ଼ ବେଳେ ଦୁଇ ଦେହ ଜୀବୀଙ୍କ ସହିତ ୪ଜଣ ଗ୍ରାହକଙ୍କୁ ଅସଂଯତ ଅବସ୍ଥାରେ କାବୁ କରିଛି । ଦୀର୍ଘ ଦିନରୁ ଏମାନେ ଏକ ଘରେ ଚଳାଇଥିଲେ ସେକ୍ସ ରାକେଟ । ସେକ୍ସ କାରବାରରେ ବ୍ୟବହୃତ କିଛି ଆପତ୍ତିଜନକ ସାମଗ୍ରୀକୁ ମଧ୍ୟ ଜବତ କରାଯାଇଛି। ସେମାନଙ୍କୁ ଗିରଫ କରି ଟାଉନ ଥାନାକୁ ନେଇଛି।
ସେକ୍ସ ରାକେଟରେ ଆଉ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ସେନେଇ ତଦନ୍ତ ଜାରି ରଖିଚି ଟାଉନ ଥାନା ପୋଲିସ । ଢେ଼ଙ୍କାନାଳରେ ସେକ୍ସ ରାକେଟ ଚାଲିଥିବା ଖବର 4 ଦିନ ତଳେ ଏକ ବୈଦ୍ୟୁତିକ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ପୋଲିସ ବିଭିନ୍ନ ଜାଗାରେ ଚଢାଉ ଜାରି ରହିଚି ।